ରାଉରକେଲା: ସହରର ମୁଖ୍ୟ ଓ ଗଳିକନ୍ଦି ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା କିଛି ବୁଲେଟ୍‌ ଓ ପଲ୍‌ସର ବାଇକ୍‌ର ସାଇଲେନ୍ସର ପାଇପ୍‌ରୁ ବାହାରୁଛି ବିକଟାଳ ଶବ୍ଦ। ପଲ୍‌ସର ଓ ବୁଲେଟ୍‌ ବାହାରୁ ଶବ୍ଦରେ ଭୟଭୀତ ହୋଇ ପଡୁଛନ୍ତି ସ୍ଥାନୀୟବାସିନ୍ଦା। ଏମିତି କିଛି ବାଇକ୍‌ଆରୋହୀ ନିଜ ସାଇଲେନ୍ସର ପାଇପ୍‌ ମଧ୍ୟ ବାହାରି ଗାଡ଼ି ଚଳାଉଛନ୍ତି।

Advertisment

ସହରର ଶବ୍ଦ ପ୍ରଦୂଷଣକାରୀ ଏଭଳି ଗାଡ଼ିଗୁଡ଼ିକୁ ଜବତ କରିବାକୁ ରାଉରକେଲା ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଦିତନଗର ଏରିଆରେ ବୁଲୁଥିବା ଏମିତି ଶବ୍ଦ ପ୍ରଦୂଷଣକାରୀ ଦୁଇଟି ବୁଲେଟ୍‌ ଓ ପଲ୍‌ସରବାଇକ୍‌କୁ ଜବତ କରିଛି ଉଦିତନଗର ପୁଲିସ। ଗାଡ଼ି ଯାଞ୍ଚବେଳେ ଖସିଯାଉଥିବା ଦୁଇ ବୁଲେଟ୍‌ ଓ ଗୋଟିଏ ପଲ୍‌ସର ବାଇକ୍‌କୁ ପୁଲିସ ଜବତ କରିଥିଲେ। ପ୍ରତ୍ୟେକ ଗାଡ଼ିମାଲିକଙ୍କ ଉପରେ ୨୦ ହଜାର କରି ଜରିମାନା କରାଯାଇଛି। ବୁଲେଟ୍‌ ଓ ପଲ୍‌ସର ଗୁଡ଼ିକ ହେଲା ଓଡ଼ି୧୪ଏବି-୪୯୭୭, ଓଡ଼ି୧୪କେ୨୩୯୩ , ଓଡ଼ି୧୪ଏକ୍ସ୮୬୮୪।

ଜବତ ବୁଲେ୍‌ଟ  ଓ ପଲ୍‌ସର ଚଳାଉଥିବା ଯୁବକମାନଙ୍କର ଡ୍ରାଇଭର ଲାଇସେନ୍ସ ନଥିଲା। ଶବ୍ଦ ପ୍ରଦୂଷଣ କରି ଦ୍ରୁତ ବେଗରେ ଗାଡି ଚଳାଉଥିଲେ।  କିଛି ମାସ ପୂର୍ବରୁ ଟ୍ରାଫିକ୍‌ ପୁଲିସ ଥାନା ନିକଟରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛ। ଟ୍ରାଫିକ ପୁଲିସ କିଛି  ବୁଲେଟ୍‌ ଓ ପଲ୍‌ସର ବାଇକକୁ ଜବତ କରିଥିଲା। ପ୍ରଦୂଷଣସୃଷ୍ଟିକାରୀ ବୁଲେଟ୍‌ ଓ ପଲ୍‌ସର ବାଇକର ସାଇଲେନ୍ସ ବାହାର କରିଦେଇଥିଲେ।

 ନିୟମଉଲ୍ଲଘଂନକାରୀ ଏସବୁ ଗାଡ଼ିକ ମାଲିକଙ୍କଠୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା। କିଛି ଦିନ ପରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି।

ଅଧିକ ପଢ଼ନ୍ତୁ: ଆର୍‌ଜିଏଚ୍‌ ଦୁର୍ନୀତି ହଟିବେ ପୁରୁଣା ସଂସ୍ଥା,କାମ କରିବେ ନୂଆ ସଂସ୍ଥା

ସହରରେ ରିଂ ରୋଡ, ଛେଣ୍ଡକଲୋନି, ବାସନ୍ତୀକଲୋନି, ଫର୍ଟିଲାଇଜର, ବେଦବ୍ୟାସ, ବନ୍ଧମୁଣ୍ଡା ସମେତ ଅନ୍ୟାନ୍ୟ ଅଞ୍ଚଳରେ କିଛି ଯୁବକମାନେ ଏମିତି ବିକଟାଳ ଶବ୍ଦ କରି ବୁଲେଟ୍‌ ଓ ପଲ୍‌ସର ବାଇକ୍‌ ଚଳାଉଛନ୍ତି। ସ୍ଥାନୀୟ ଥାନାଗୁଡ଼ିକୁ ନିୟମିତ ଚଢ଼ଉ ସହ ଏମାନଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। 

ଅଧିକ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର କ୍ୟାବିନେଟ୍‌ର ଭେଟି: ୨ ରେଳ ଲାଇନ୍‌କୁ ଦେଲେ ମଂଜୁରୀ