କୁମୁଟିଗୁଡା ଜଳିଗଲା ମୋବାଇଲ ଟାୱାର

Advertisment
କୁମୁଟିଗୁଡା ଜଳିଗଲା ମୋବାଇଲ ଟାୱାର

Sambad

ମାଲକାନଗିରି: ମାଲକାନଗିରିସ୍ଥିତ କୁମୁଟିଗୁଡା ଠାରେ ରହିଥିବା ଏକ ମୋବାଇଲ ଟାୱାର ଆଜି ସକାଳେ ଅଚାନକ ହୁ ହୁ ହୋଇ ଜଳି ଉଠିଥିଲା।କେହି କିଛି ଭାବିବା ପୂର୍ବରୁ ଏୟାରଟେଲ ଟାୱାର ସମସ୍ତ ବ୍ୟାଟେରି ଏବଂ ମେସିନ ଜଳି ପାଉଁଶ ହୋଇଗଲା। ତେବେ ଏହା ସର୍ଟସର୍କିଟ ଯୋଗୁଁ ହୋଇଥାଇ ପାରେ ବୋଲି କୁହାଯାଇଛି।

ମୋବାଇଲ ଟାୱାର ପୋଡିଯିବା ଯୋଗୁଁ ଆଜି ଦିନ ତମାମ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଥିଲା। ମାଲକାନଗିରି ସହ ଭିତରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଇଛି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମେସିନ ଗୁଡିକ ପୋଡି ଯାଇଥିଲା। ପରେ ମୋବାଇଲ ଟାୱାର କମ୍ପାନିର କର୍ତ୍ତୃପକ୍ଷ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଏହି ଟାୱାର ଏୟାରଟେଲ କଂପାନିର ବୋଲି ଜଣାଯାଇଛି। ଆଜି ଏୟାରଟେଲ ନେଟୱାର୍କ ବହୁ ସମୟ ଧରି ବ୍ୟାହତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe