ଧାର ଟଙ୍କା ଫେରସ୍ତ ଦେବାକୁ ଡାକି ପେଟ୍ରୋଲ ଢାଳି ଜାଳି ଦେଲେ: ମୁମୂର୍ଷୁ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି

Advertisment
ଧାର ଟଙ୍କା ଫେରସ୍ତ ଦେବାକୁ ଡାକି ପେଟ୍ରୋଲ ଢାଳି ଜାଳି ଦେଲେ: ମୁମୂର୍ଷୁ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି

India Today

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ବୁଧବାର ସନ୍ଧ୍ୟାରେ ଧାର ଟଙ୍କା ଫେରସ୍ତ କରିବାକୁ ଡାକି ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ଢାଳି ଜାଳି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ସହରର କଶାକେନ୍ଦୁ ଛକ ନିକଟସ୍ଥ ଡିଜେଲ ଟ୍ୟାଙ୍କ ପଛପଟେ ଏକ ଘର ଭଡ଼ା ନେଇ ଅଞ୍ଜନ ପାଢ଼ୀ ରହନ୍ତି। ସେ ପ୍ରାୟ ୨ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କୁ ଧାର ଦେଇଥିଲେ। ବାରମ୍ବାର ଟଙ୍କା ଫେରସ୍ତ ମାଗିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଶୁଣୁ ନଥିଲେ। ତେବେ ଆଜି ଟଙ୍କା ଫେରସ୍ତ କରିବା ପାଇଁ ଅଞ୍ଜନଙ୍କୁ ଧାର ନେଇ ଥିବା ବ୍ୟକ୍ତି ଡାକିଥିଲେ। ଅଞ୍ଜନ ପହଞ୍ଚିବା ପରେ ତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମୁମୂର୍ଷୁ ଅବସ୍ଥାରେ ଅଞ୍ଜନଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଥାନାରେ ଏତଲା ଦିଆଯାଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe