ସ୍ତ୍ରୀକୁ ନିଆଁରେ ପୋଡ଼ି ଜେଲ୍ ଗଲା ସ୍ବାମୀ, ମା’କୁ ମୁଖାଗ୍ନି ଦେଲା ଶିଶୁକନ୍ୟା

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

କୋକସରା: ଜୁଇ ଚାରିପଟେ ପରିକ୍ରମା କରୁଥିଲା କୁନି ଝିଅ। ଜୁଇରେ ଶୋଇଯାଇଥିଲା ମା’। କିନ୍ତୁ ମା’ଯେ ତାକୁ ଛାଡ଼ି ଆରପାରିକୁ ଚାଲିଯାଇଛି, ସେ କଥା ଜାଣି ନଥିଲା ଦୁଇ ବର୍ଷର ଶିଶୁକନ୍ୟା। ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝିଗୁଡ଼ା ଗାଁରେ। ଗତ ୨୪ ତାରିଖ ଗାଁର ଜୟନ୍ତ ନାଗଙ୍କ ପତ୍ନୀ ଉର୍ମିଳା ସାଗର ନିଆଁରେ ପୋଡ଼ି ମୃତ୍ୟୁ ହୋଇଥିବା ବେଳେ ଆଜି ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ୟପକ୍ଷରେ ପତ୍ନୀଙ୍କୁ ନିଆଁରେ ପୋଡ଼ି ମାରିଦେଇଥିବା ଅଭିଯୋଗରେ ଜେଲ୍ ଯାଇଛନ୍ତି ସ୍ବାମୀ ଜୟନ୍ତ।

କୋକସରା ଥାନା ଜୟନ୍ତପୁର ଗ୍ରାମର ଦୀପେନ ସାଗରଙ୍କ ଝିଅ ଉର୍ମିଳା ସାଗର (ପୂଜା)ଙ୍କ ବିବାହ ମାଝିଗୁଡ଼ା ଗ୍ରାମର ବାଲେଶ୍ୱର ନାଗଙ୍କ ପୁଅ ଜୟନ୍ତ ନାଗଙ୍କ ସହ ହୋଇଥିଲା। ଗତ ୨୩ ତାରିଖ ସନ୍ଧ୍ୟାରେ ପୂଜା ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ନିଆଯାଇଥିବା ବେଳେ ୨୪ ତାରିଖ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଝିଅକୁ ପେଟ୍ରୋଲ ଢାଳି ଶ୍ବଶୁରଘର ଲୋକେ ମାରି ଦେଇଥିବା ପୂଜାଙ୍କ ମା’ ଆଶା ସାଗର ଓ ବାପା ଦୀପେନ ସାଗର କୋକସରା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ବୁଧବାର ଅଭିଯୁକ୍ତ ଜୟନ୍ତ ନାଗକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe