ଦୁଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୦ ଯାତ୍ରୀ ଆହତ ଓ ୭ଗୁରୁତର

Advertisment
ଦୁଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୦ ଯାତ୍ରୀ ଆହତ ଓ ୭ଗୁରୁତର

ମୟୁରଭଞ୍ଜ: ମୟୁରଭଞ୍ଜ ବିସୋଇ ବ୍ଲକ୍‌ସ୍ଥିତ ବନେଇକଳା ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଶ୍ୱକର୍ମା ଓ ସରିତା ନାମକ ଦୁଇଟି ଯାତ୍ରୀବାହୀ ବସ୍‌ ଦ୍ରୁତଗତିରେ ଆସୁଥିବା ସମୟରେ ବନେଇକଳା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ବସ୍‌ରେ ବସିଥିବା ୪୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହେବା ସହିତ ୭ଜଣ ଗୁରୁତର ହୋଇଛନ୍ତି। ୭ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କ ପରିଚୟ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା। ଉଭୟ ବସ୍‌ର ଡ୍ରାଇଭର ସୁରକ୍ଷିତ ଅଛନ୍ତି ବୋଲି ସ୍ଥାନୀୟଲୋକେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe