ଝରଝରି ଘାଟିରେ ବସ୍‌ ଦୁର୍ଘଟଣା, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱରରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ଯାଉଥିବା ଏକ ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ସମ୍ବଲପୁର ଜିଲ୍ଲା ସୀମାନ୍ତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଝରଝରି ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି...

1znznaxa

ଆଠମଲ୍ଲିକ: ଭୁବନେଶ୍ୱରରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ଯାଉଥିବା ଏକ ସରକାରୀ ବସ୍‌ ଗତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି କଣ୍ଟାମାଳ ଅଭିମୁଖେ ଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ସୀମାନ୍ତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଝରଝରି ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । 

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଦୁର୍ଘଟଣା ପରେ ସେମାନେ ଭୟଭୀତ ହୋଇ ଗାଡ଼ି ବାହାରକୁ ଆସି ରାତି ସାରା ରାସ୍ତା ଉପରେ ବସି ରହିଥିଲେ।

ଗାଡ଼ି ମାଲିକ ଅନ୍ୟ ଏକ ଗାଡ଼ି ମଗାଇ ସେଥିରେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇବାର ଯୋଜନା କରୁଛନ୍ତି।

ବସ୍‌ଟି ଯାତ୍ରୀଙ୍କୁ ଧରି କଣ୍ଟାମାଳ ଅଭିମୁଖେ ଯାଉଥିବା ବେଳେ ଝରଝରି ଘାଟି ନିକଟରେ ହଠାତ୍‌ ବସ୍‌ର ଏକ୍ସେଲ ଭାଙ୍ଗି ଯାଇଥିଲା। ମାତ୍ର ଡ୍ରାଇଭର ଜଣକ ତୁରନ୍ତ ବସ୍‌ଟିକୁ ନିୟନ୍ତ୍ରଣ କରି ନେଇଥିଲେ। କରିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଗାଡ଼ିର ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଏକ୍ସେଲ ଭାଙ୍ଗି ଯାଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଅନ୍ୟ କୌଣସି ବିକଳ୍ପ ଯାତାୟତ ବ୍ୟବସ୍ଥା ହୋଇ ନ ପାରିବାରୁ ଯାତ୍ରୀମାନେ ରାସ୍ତାରେ ବସି ରହିଥିଲେ। ସେମାନେ ଟଙ୍କା ଫେରସ୍ତ ପାଇଁ ଦାବି କରୁଥିବା ବେଳେ ଅନଲାଇନ୍‌ ପେମେଣ୍ଟ ଯୋଗୁ କଣ୍ଡକ୍ଟରଜଣକ ଟଙ୍କା ଫେରସ୍ତ ନିମନ୍ତେ ନିଜ ଅକ୍ଷମତା ପ୍ରକାଶ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe