ଚାଳକଙ୍କ ଲାଗିଗଲା ଆଖି, ରାସ୍ତା ତଳକୁ ଖସି ପଡ଼ିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍‌

Advertisment
ଚାଳକଙ୍କ ଲାଗିଗଲା ଆଖି, ରାସ୍ତା ତଳକୁ ଖସି ପଡ଼ିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ନମ୍ବର ଜାତୀୟ ରାଜପଥର ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ବୁଧବାର ଭୋରରୁ ଏକ ଯାତ୍ରୀବାହୀ ବସ୍‌ ରାସ୍ତାତଳକୁ ଓଲଟି ପଡ଼ିଛି। ଏହି ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସନ୍ତୋଷି ନାମକ ବସ୍‌ଟି ବାଲେଶ୍ୱରରୁ ଭୋର ପ୍ରାୟ ୪ଟାରେ ବାହାରି ୪୮ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବସ୍‌ ଚାଳକଙ୍କ ଆଖି ଲାଗି ଯିବାରୁ ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା।

ଏହାପରେ ବସ୍‌ ଭିତରେ ଥିବା ୪୮ଜଣ ଯାତ୍ରୀ ଭୟରେ କାନ୍ଦବୋବାଳି ଆରମ୍ଭ କରି ଦେଇଥିଲେ। ରାସ୍ତାତଳକୁ ବସ୍‌ଟି ଖସି ପଡ଼ିଥିଲେ ହେଁ ସୌଭାଗ୍ୟବଶତଃ କାହରି କିଛି ହୋଇ ନାହିଁ। କିଛି ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ବସ୍‌ଟିର ବାମପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ରାସ୍ତାପାର୍ଶ୍ୱରେ ଥିବା ବାଲିରେ ଦବି ଯାଇଛି।

ବସ୍‌ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିବା ଖବର ପାଇବା ପରେ ସ୍ଥାନୀୟଲୋକେ ଓ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ବସ୍‌ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସେମାନଙ୍କ ଦେଖାଶୁଣା କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe