ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ବସ୍‌; ଖେଳ ଶିକ୍ଷକ ମୃତ, ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

Advertisment
ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ବସ୍‌; ଖେଳ ଶିକ୍ଷକ ମୃତ, ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏଠାରେ ଘାଟିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ରୁ ଅଧିକ ଜଣକ ଆହତ ହୋଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ଚନ୍ଦାହାଣ୍ଡିରେ ହେଉଥିବା ଜିଲ୍ଲାସ୍ତରୀୟ କ୍ରୀଡାରେ ଯୋଗ ଦେବାକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ବସଟି ଓଲଟିଥିଲା। ବସ୍‌ ଓଲଟିବାରୁ ସେଥିରେ ପିଲାଙ୍କୁ ନେଇ ଯାଉଥିବ‌ା ଖେଳ ଶିକ୍ଷକଙ୍କ ଜୀବନ ଯାଇଥିବା ସୂଚନା ରହିିଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର କ୍ରୀଡା ଶିକ୍ଷକ ପ୍ରଭାସ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଝରୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ରହିଛି ଯେ ଉକ୍ତ ସ୍କୁଲ୍‌ ବସ୍‌ଟି ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe