କାଞ୍ଜିପାଣି ଘାଟିରେ ଓଲଟିଲା ବସ୍‌, ୧୨ରୁ ଊର୍ଧ୍ୱ ଯାତ୍ରୀ ଆହତ

Advertisment
କାଞ୍ଜିପାଣି ଘାଟିରେ ଓଲଟିଲା ବସ୍‌, ୧୨ରୁ ଊର୍ଧ୍ୱ ଯାତ୍ରୀ ଆହତ

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ସୋମବାର ଏକ ବିଜୁ ଗାଁ ବସ୍‌ର ବ୍ରେକ୍‌ଫେଲ୍‌ ହୋଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ପାଖାପାଖି ୧୨ଜଣରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ୧୨ ଆହତଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଏହି ବିଜୁ ଗାଁ ବସ୍‌ଟି କେନ୍ଦୁଝରରୁ କାରଦାଙ୍ଗି ଅଭିମୁଖେ ଆସୁଥିଲା। ଏହି ବସ୍‌ରେ ୩୦ ଜଣ ଯାତ୍ରୀ ବସି ଯାତ୍ରା କରୁଥିବା ଜଣାପଡ଼ିଛି। ତେବେ ବସ୍‌ଟି କାଞ୍ଜିପାଣି ଘାଟି ନିକଟରେ ହଠାତ ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା।  ଚାଳକ ଆଉ ବସ୍‌ ଉପରେ ଭାରସାମ୍ୟ ରକ୍ଷା କରି ପାରି ନଥିଲେ। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀଙ୍କ ମଧ୍ୟର ୧୨ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe