ଘରୋଇ ବସ ମାଲିକ ସଂଘର ସଂପାଦକଙ୍କ ପରଲୋକ

ଘରୋଇ ବସ ମାଲିକ ସଂଘର ସଂପାଦକଙ୍କ ପରଲୋକ

Sambad

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବିଶିଷ୍ଟ ବସ ମାଲିକ ତଥା ଜୟପୁର ଘରୋଇ ବସ ମାଲିକ ସଂଘର ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି। ସୋମବାର ରାତି ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା। ଗତ କାଲି ରାତିରେ ଅଚାନକ ଭାବେ ଛାତିରେ ବ୍ୟାଥା ଅନୁଭବ କରିବା ସହ ଅଚାନକ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାରବର୍ଗ ଓ ଘରୋଇ ବସ ମାଲିକ ସଂଘର କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇକି ଯାଇଥିଲେ। ଡାକ୍ତର ଚିକିତ୍ସା ଆରମ୍ଭ କରିବା ବେଳକୁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ମରଶରୀରକୁ ଲିଙ୍ଗରାଜ ନଗର ସ୍ଥିତ ବାସ ଭବନକୁ ଅଣାଯାଇଥିଲା। ଆଜି ସକାଳୁ ତାଙ୍କ ମରଶରୀରକୁ ସ୍ଥାନୀୟ ଡେଙ୍ଗାତୋଟା ଶ୍ମଶାନକୁ ନେଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ବହୁ ବସ ମାଲିକଓ କର୍ମଚାରୀ ସଂଘର ସଭ୍ୟ ମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ବଡ଼ଭାଇଙ୍କ ପୁଅ ମୁଖାଗ୍ନୀ ଦେଇଥିଲେ। ସୂଚନାଯୋଗ୍ୟ, ମା ଦଣ୍ଡକାଳୀ ବସର କଣ୍ଡକ୍ଟର ଭାବେ ସ୍ବର୍ଗତ ତ୍ରିପାଠୀ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୭ମସିହାରୁ ସେ ବସ କିଣି ବ୍ୟବସାୟ ଆରମ୍ଭ କରିଥିଲେ। ଜୟପୁର ଘରୋଇ ବସ ମାଲିକ ସଂଘର ସଂପାଦକ ଭାବେ ୨୦୦୦ମସିହାରୁ ଏବେ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇ ଆସୁଥିଲେ।

ଶ୍ରୀ ତ୍ରିପାଠୀ ନୂଆ ବସଷ୍ଟାଣ୍ଡ ନିର୍ମାଣରେ ପ୍ରମୁଖ ଭୁମିକା ରହିଥିଲା। ପ୍ରତିବର୍ଷ ଜାକ ଜମକରେ ଦଶହରା ସମୟରେ ଦଶଦିନ ଧରି ଦୁର୍ଗା ପୂଜା, ମା ଦଣ୍ଡକାଳୀଙ୍କ ପୂଜା, ନୂଆ ବସଷ୍ଟାଣ୍ଡ ପରିସରରେ ହନୁମାନ ମନ୍ଦିର ପ୍ରତିଷ୍ଟା କ୍ଷେତ୍ରରେ ତାଙ୍କ ଅବଦାନ ରହିଛି। ଜାତୀୟ ରାଜପଥର ଦୁରାବସ୍ଥା ହେଉ କିମ୍ବା ଡିଜେଲ୍ ତେଲ ଦର ବୃଦ୍ଧି ସମୟରେ ସେ ପ୍ରଥମେ ସ୍ବର ଉତ୍ତୋଳନ କରି ଆସୁଥିଲେ। କରୋନା ପ୍ରଥମ ପର୍ଯ୍ୟାୟ ସମୟରେ କର୍ମଚାରୀ ମାନଙ୍କୁ ସହାୟତା ବି ଯୋଗାଇଥିଲେ। ଘରୋଇ ବସ ମାଲିକଙ୍କର ଅତି ପ୍ରିୟ ଥିବା ଦୁର୍ଗାଭାଇନାଙ୍କ ବିୟୋଗ ବସ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି ଘଟାଇଛି। ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଠଭାଷୀ, ମେଳାପୀ, ହସକୁରା ବ୍ୟକ୍ତିଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେପିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, ରାମ ଚନ୍ଦ୍ର ପାଢ଼ୀ, ଗୁପ୍ତ ପ୍ରସାଦ ପାଢ଼ୀ, ନରି ମହାନ୍ତି, ଗଗନ ପଟ୍ଟନାୟକ, ତିରୁପତି ପାଣିଗ୍ରାହୀ, ପ୍ରଭା ନାୟକ, ମାଧବ ରଥ, ମନୋଜ ପଟ୍ଟନାୟକ, ବିଜି ରାୟ ଜେନାଦେଓ, ଘରୋଇ ବସ କର୍ମଚାରୀ ସଂଘର ସଭାପତି ସୁଶାନ୍ତ ଅଧିକାରୀ, ରାଜୀବ ଟାକ୍ରୀ , ଜୟପୁର ସମ୍ବାଦ ସଂସ୍କରଣ ମୁଖ୍ୟ ତ୍ରିନାଥ ଖାଡଙ୍ଗା, ବରିଷ୍ଟ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଇଏମଡି ଡିଜିଟାଲର ଡିଜିଏମ୍ ବିନୋଦ ପଣ୍ଡା, ଜୟପୁର ନଗର ପ୍ରତିନିଧି ସୁରେଶ ନାଇଡ଼ୁ, ଞାିନଚାନ୍ଦ ଜଗନ୍ନାଥ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe