ଦୁଇ ବସ୍ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Advertisment
ଦୁଇ ବସ୍ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସମାକୁଦ ଗ୍ରାମ ବଇଁଶିପାଣି ନାଳ ନିକଟ ମୋଡ଼ରେ ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏଥିରେ କାହାରିି କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପଟୁ ଆସୁଥିବା ଆମ୍ବାମଟର(ଓଆର୦୯କ୍ବ୍ୟୁ ୨୭୨୩) ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଠାରୁ ଆସୁଥିବା ସୋନି ବସ(ଓଡି୧୯ଡି୨୧୧୫) ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ବସର ବିଶେଷ କିଛି କ୍ଷତି ହୋଇଡ଼ଥିବା ବେଳେ ସାଇଡ କାଚ ଏବଂ ପଛ କାଚ ଭାଙ୍ଗି ଚୂରମାର ହୋଇଯାଇଛି। ଜଣେ ମହିଳା ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେ ହେଉଛନ୍ତି ମାମି ମୁଣ୍ଡା(୨୨)। ତାଙ୍କ ଛାତିରେ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି। ଖବର ପାଇ କାଳିଆହତା ଫାଣ୍ଡି ପୁଲିସ କପିଳେନ୍ଦ୍ର ରାଉତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe