ନୟାଗଡ଼: ଚକା ବାହାରିଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟୁରିଷ୍ଟ ବସ୍‌; ୨୫ଯାତ୍ରୀ ଆହତ, ୭ ଗୁରୁତର

ଶ୍ରୀଜିଉଙ୍କ ଦର୍ଶନ ସାରି ଫେରୁଥିଲେ ଏହି ପର୍ଯ୍ୟଟକ

ନୟାଗଡ଼: ଚକା ବାହାରିଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟୁରିଷ୍ଟ ବସ୍‌; ୨୫ଯାତ୍ରୀ ଆହତ, ୭ ଗୁରୁତର

Dominica News Online

ନୟାଗଡ଼: ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲାର ନୁଆଗାଁ ପୁଲିସ ସୀମା ଅନ୍ତର୍ଗତ ଡିମିରିଜାରୀ ନିକଟରେ ଏକ ଟୁରିଷ୍ଟ ବସର ଚକା ବାହାରି ଯିବାରୁ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ପାଖାପାଖି ୨୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଛତିଶଗଡର ପ୍ରାୟ ୬୦ ଜଣ ଯାତ୍ରୀ ପୁରୀ ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ହଠାତ  ଟୁରିଷ୍ଟ ବସ୍‌ର ଚକା ବାହରି ଯିବାରୁ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟଲୋକେ ବସ୍‌ ଓଲଟି ପଡ଼ିବା ଦେଖି ଘଟଣାସ୍ଥଳକୁ ଦୌଡ଼ି ଆସି ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ପ୍ରାଥମିକ ଚିକିତ୍ସା ଯୋଗାଇ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଓ ଅଗ୍ନିଶମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏହି ଦୁର୍ଘଟଣା ଘଟିବା ପରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଗାଡିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe