ପାରାଦୀପ: କଟକରୁ ପାରାଦୀପ ଆସୁଥିବା ଯାତ୍ରୀବାହୀ ବସ୍‌ ସନ୍ତରା ନିକଟରେ  ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହୁଡ଼ି ଯୋଗୁ ରାସ୍ତା ନ ଦେଖା ଯିବାରୁ ବସ୍‌ଟି ରାସ୍ତାକଡ଼କୁ ଖସିପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । 

Advertisment

ସୂଚନା ଅନୁଯାୟୀ, ଡଲ୍‌ଫିନ୍‌ ବସ୍‌ କିଛି ଲୋକଙ୍କୁ  ନେଇ ପିକ୍‌ନିକ୍‌ ଯାଇଥିଲା । ସେଠାରୁ ଫେରିବା ପରେ ସମସ୍ତଙ୍କୁ ଛାଡି ବସ୍‌ଟି ପାରାଦୀପ ଫେରୁଥିଲା ।

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପରେ ପାରାଦୀପରୁ କଟକ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା। ହେଲେ କୁହୁଡ଼ି ହୋଇଥିବାରୁ ଡ୍ରାଇଭରଙ୍କୁ ରାସ୍ତା ଦେଖା ନ ଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଯାଇଥିଲା । 

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ରାସ୍ତାକଡ଼କୁ ଖସିଯାଇଥିବା ବସ୍‌କୁ ଉପରକୁ ଅଣାଯାଇଥିଲା। 

ଅଧିକ ପଢ଼ନ୍ତୁ: ୟୁଜିଙ୍କ ପରେ ଏବେ ଛାଡ଼ପତ୍ର ପ୍ରସଂଗରେ ମୁହଁ ଖୋଲିଲେ ପତ୍ନୀ ଧନଶ୍ରୀ