ସହିଦ ସପ୍ତାହ ପାଇଁ ପୁଣି ବନ୍ଦ ରହିବ ବସ ସେବା

Advertisment
ସହିଦ ସପ୍ତାହ ପାଇଁ ପୁଣି ବନ୍ଦ ରହିବ ବସ ସେବା

Sambad

ଜୟପୁର: ଆସନ୍ତାକାଲି ଠାରୁ ପିଏଲଜିଏ ପକ୍ଷରୁ ସହିଦ ସପ୍ତାହ ଆରମ୍ଭ ହେଉଛି। ତେଣୁ ସରକାରୀ ଓ ଘରୋଇ ବସ ଗୁଡ଼ିକ ଆସନ୍ତାକାଲି ଠାରୁ ୩ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି। ଗତ କିଛି ମାସ ହେବ କରୋନା ସଂକ୍ରମଣ ଭୟରେ ରାଜ୍ୟ ସରକାରଙ୍କ ନିର୍ଦେଶରେ ବସ ସେବା ସଂପୁର୍ଣ୍ଣ ରୁପେ ବନ୍ଦ ରହିଥିଲା। ଅଳ୍ପ କିଛି ଦିନ ହେବ ବସ ସେବା ଆରମ୍ଭ ହୋଇଛି। ଏବେ ବି ବହୁ ବସରେ ସଂକ୍ରମଣ ଭୟରେ ଆଶାନୁରୂପ ଯାତ୍ରୀ ଆସୁ ନାହାଁନ୍ତି। କାଁ ଭାଁ ତେଲ ଓ କର୍ମଚାରୀଙ୍କ ଖର୍ଚ୍ଚ ବାହାରୁଛି। କେବଳ ବସ ଚାଲୁଥିବା ଜାଣିଲେ ଆଗାମୀ ଦିନରେ ଯାତ୍ରୀ ମାନେ ବି ଆସିବେ ସେ ଆଶାରେ ବସ ଚଳାଉଛୁ ବୋଲି ବସ ମାଲିକ ମାନେ କହିଛନ୍ତି।

ଅନ୍ୟପକ୍ଷରେ ସହିଦ ସପ୍ତାହ ଆସିବାରୁ ନକ୍ସଲ ଅଧ୍ୟୁଷିତ ଅଂଚଳକୁ ଯାଉଥିବା ଘରୋଇ ଦ୍ରୁତଗାମୀ ବସଗୁଡ଼ିକର ଚଳାଚଳ ବନ୍ଦ ରହିବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି। ସେଭଳି ଓଏସ୍ଆ‌ରଟିସି ଜୟପୁର ଜୋନର୯ଟି ଯାକ ରୁଟର ବସ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସେଗୁଡ଼ିକ ହେଲା ଜୟପୁର-କଟକ, ଜୟପୁର-ଫୁଲବାଣୀ, ଜୟପୁର-କାଶୀପୁର, ଜୟପୁର-କୋଟିଆ, ମୋଟୁ-ଭବାନୀପାଟଣା, ଜୟପୁର-କୋଟାଗାଁ ଓ ଜୟପୁର-ଇନ୍ଦ୍ରାବତୀ। ସେଭଳି ମାଲାକାନଗିରି ଜୋନରୁ ଜୟପୁର ଆସୁଥିବା ମାଲାକାନଗିରି-ଜୟପୁର, କାଳିମେଳା-ଜୟପୁର ଓ ଭୁବନେଶ୍ବର ଜୋନର ଜୟପୁର ଦେଇ ଯାଉଥିବା ମୋଟୁ ବସ ବି ବନ୍ଦ ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe