ବାରିପଦା: ଯୁବ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବାରିପଦା: ଯୁବ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବାରିପଦା: ଗତକାଲି ରାତିରେ କେହି ଦୁର୍ବୃତ୍ତ ବାରିପଦା ଷ୍ଟେସନବଜାରର ଯୁବ ବ୍ୟବସାୟୀ ତଥା ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ନହରପଦା ଗାଁର ପାର୍ଥ ସାରଥୀ ଦାଶ(୩୨)ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଶ୍ରୀ ଦାଶଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଥିବା ଓ ବୁଲେଟ୍‌ ସହିତ ବାରିପଦା ଟାଉନ୍‍ ଥାନା ୧୮ ନମ୍ବର ଜାତୀୟ ରାଜପଥର ପାଳବଣି ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଆଜି ସକାଳେ ଠାବ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳାର ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ଏସଡିପିଓ ଅଭିମନ୍ୟୁ ନାୟକ କହିଛନ୍ତି।

publive-image
ବାରିପଦା ଏସଡିପିଓ ଶ୍ରୀ ନାୟକଙ୍କ ଠାରୁ ପ୍ରକାଶ ଯେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ନହରପଦା ଅଞ୍ଚଳର ପରିତୋଷ ଦାଶଙ୍କ ପୁଅ ପାର୍ଥ ସାରଥୀ ଦାଶ ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଏକ ଷ୍ଟେସନାରି ଦୋକାନ କରିଥିଲେ। ଗତକାଲି ରାତି ପ୍ରାୟ ୮ଟା ବେଳେ ପାର୍ଥ ସାରଥୀ ତାଙ୍କ ପତ୍ନୀ ଅନୁପ୍ରୀୟାଙ୍କ ସହିତ କଥା ହୋଇଥିଲେଏବ ପତ୍ନୀଙ୍କୁ କହିଥିଲେ ଯେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଛନ୍ତି । ମାତ୍ର ରାତି ୯ଟା ବାଜିବା ସତ୍ତ୍ୱେ ଶ୍ରୀ ଦାଶ ଘରକୁ ନ ଫେରିବାରୁ ତାଙ୍କ ପତ୍ନୀ ଶ୍ରୀ ଦାଶଙ୍କ ମୋବାଇଲ ଫୋନକୁ କଲ କରିଥିଲେ। ମାତ୍ର ଶ୍ରୀ ଦାଶ ଫୋନ ଉଠାଇ ନ ଥିଲେ। ଶେଷରେ ରାତି ୧୨ଟା ପର୍ଯ୍ୟନ୍ତ ଶ୍ରୀ ଦାଶ ଫୋନ ନ ଉଠାଇବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଆଜି ସକାଳେ ଶ୍ରୀ ଦାଶଙ୍କ ମୃତଦେହ ପାଳବଣି ନିକଟରେ ପଡ଼ିଥିିବା ଦେଖିବାକୁ ମିଳିଥିଲା। ତେବେ ଶ୍ରୀ ଦାଶଙ୍କ ମୁଣ୍ଡର ପଛପଟରେ ଏକ ଗୁଳିମାଡ଼ ହୋଇଥିବା ବେଳେ ତାଙ୍କ ବୁଲେଟ ପାଖରେ ମଧ୍ୟ ଆଉ ଏକ ଗୁଳି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ହତ୍ୟାକାଣ୍ଡର କାରଣ ଜଣା ପଡ଼ିି ନାହିଁ। ସାଇଣ୍ଟିଫିକ୍‌ ଟିମ୍‌ ସହିତ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe