କଏଦୀକୁ ରକ୍ତ ଦେଇ ଜୀବନ ବଂଚାଇଲେ ୨ ପୁଲିସ

Advertisment
କଏଦୀକୁ ରକ୍ତ ଦେଇ ଜୀବନ ବଂଚାଇଲେ ୨ ପୁଲିସ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରହିଥିବା ଉପକାରାଗାରରେ ଆଜି ଜଣେ ବିଚାରଧୀନ କଏଦୀ ଗୁରୁତର ହେବାରୁ ତାକୁ ରକ୍ତ ଦେଇ ମହାନତା ଦେଖାଇଛନ୍ତି ଦୁଇ ଜଣ ପୁଲିସ। ଗତ କିଛି ଦିନ ତଳେ ଦୁରୁଆ ଲାଛା ନାମକବିଚରଧୀନ କଏଦୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଂକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଦୁରୁଆ ଲାଛାଙ୍କ ପରିବାରକୁ ଏନେଇ ଖବର ଦିଆଯାଇଥିଲେ ମଧ୍ୟ କେହି ଆସିଲେ ନାହିଁ।

ପ୍ରକାଶ ଥାଉକି ଦୁରୁଆ ଲାଛା ନିଜ ପତ୍ନୀକୁ ହତ୍ୟା କରି ଜେଲରେ ରହିଛି। ତେବେ ଦୁରୁଆ ଗୁରୁତର ହେବାରୁ ଡାକ୍ତର ତୁରନ୍ତ ଦୁରୁଆକୁ ରକ୍ତ ଦେବାକୁ ପଡିବ ବୋଲି କହିଥିଲେ। ଏହି ସମୟରେ କେହି ମଧ୍ୟ ତାକୁ ସହଯୋଗ କରିବାପାଇଁ ଆଗେଇ ଆସିନଥିଲେ। ତେବେ ବାଧ୍ୟ ହୋଇ ଜେଲର ଦୁଇ ପୁଲିସ କର୍ମଚାରୀ ରବୀନ୍ଦ୍ର ଚୌଧୁରୀ ଏବଂ ଅରୁଣ ପଣ୍ଡା ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ।

ଗତ ତିନି ବର୍ଷ ହେବା କଏଦୀ ଜଣକ ବନ୍ଦୀ ଜୀବନ କାଟୁଥିବା ବେଳେ ତାଂକର କୌଣସି ସଂପର୍କୀୟ ତାଂକୁ ପଚାରୁନଥିବା ଜଣାପଡିଛି। ଏହି ଦୁଇ ପୁଲିସ କର୍ମଚାରୀ ନିଜର ପରିବାରର ସଦସ୍ୟ ଭଳି ତାଂକୁ ସହଯୋଗ କରିଆସିଥିଲେ। ଗତ ଏକ ମାସ ମଧ୍ୟରେ ଜିଲ୍ଲା ଉପକାରାଗାରରେ ତିନି ତିନି ଜଣଙ୍କର ମୃତ୍ୟୁକୁ ନେଇ ବେଶ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣି ଜଣେ କଏଦୀ ଗୁରୁତର ହେବାକୁ ନେଇ ଜିଲ୍ଲା ଉପକାରାଗାରରେ ହେଉଥିବା ଅବ୍ୟବସ୍ଥାକୁ ପଦାରେ ପକାଇଛି। ତେବେ ସେ ଯାହା ହେଉ ଜେଲର ଏହି ଦୁଇ ପୁଲିସ କର୍ମଚାରୀଙ୍କ ବଦାନ୍ୟତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe