ବିନୋଦଙ୍କ ବଦାନ୍ୟତା... ଗରିବ ତୁଳସୀରାମଙ୍କୁ ୧୫ ହଜାର ଟଙ୍କା ଦେଇ ପିଜିରେ ନାମ ଲେଖାଇଲେ

ବିନୋଦଙ୍କ ବଦାନ୍ୟତା... ଗରିବ ତୁଳସୀରାମଙ୍କୁ ୧୫ ହଜାର ଟଙ୍କା ଦେଇ ପିଜିରେ ନାମ ଲେଖାଇଲେ

Sambad

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଦୁର୍ଗମ ବୁରୁଦି ଗ୍ରାମର ସୁନିଲ ମାଡକାମୀଙ୍କ ପୁଅ ତୁଳସୀରାମ ମାଡକାମୀ(୨୨) ଜଣେ ମେଧାବୀ ଛାତ୍ର।ଦୁର୍ଗମ ଏବଂ ଅପହଞ୍ଚ ଗ୍ରାମରେ ରହି ମଧ୍ୟ ତୁଳସୀରାମ ବିଏସସି ପାସ କରି ଘରେ ରହିଥିଲେ। କରୋନା ମହାମାରୀ ଯୋଗୁଁ ସେ ଆଗକୁ ପାଠ ପଢିବାରୁ ବଂଚିତ ରହିଥିଲେ। ତୁଳସୀରାମଙ୍କୁ ସ୍କୋଲାରସିପ ମଧ୍ୟ ମିଳୁଥିଲା। ସେଥିରେ ତାଂକର ପରିବାର କଷ୍ଟେମଷ୍ଟେ କରୋନା ମହାମାରୀ ସମୟରେ ଚଳିଯାଇଥିଲେ। ତେବେ ଏବେ ଏମଏସସି-ପିଜି କରିବା ପାଇଁ ଜେଏଏମ ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହୋଇଥିଲେ ମଧ୍ୟ ନାମ ଲେଖାଇବା ପାଇଁ ତାଂକ ନିକଟରେ ୧୫ ହଜାର ଟଂକା ନଥିଲା। ସେ ଟଂକା ପାଇଁ ବହୁ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ସହଯୋଗ କରିନଥିଲେ। ତେବେ ମାଲକାନଗିରି ଜିଲ୍ଲାର ଆଗଧାଡିର ସମାଜସେବୀ ବିନୋଦ ଟାଵରୀ କିନ୍ତୁ ଏନେଇ ଖବର ପାଇବା ପରେ ତାଂକୁ ପାଖକୁ ଡାକି ତାଂକର ସମସ୍ତ ଦୁଃଖ ଶୁଣିଥିଲେ।

ସେ ଜଣେ ମେଧାବୀ ଛାତ୍ର ଜାଣିବା ପରେ ବିନୋଦ ତୁରନ୍ତ ତାଂକୁ ଏମଏସସିରେ ନାମ ଲେଖାଇବା ପାଇଁ ୧୫ ହଜାର ଟଂକା ପ୍ରଦାନ କରିଥିଲେ। ଆଗକୁ ମଧ୍ୟ ଯଦି ସହଯୋଗ ଦରକାର ପଡେ ତେବେ ସେ ନିଶ୍ଚିତ ଭାବେ ସହଯୋଗ କରିବେ ବୋଲି କହିଥିଲେ। ଅର୍ଥ ଅଭାବରୁ କେହି ମେଧାବୀ ଛାତ୍ର ପାଠ ପଢାରୁ ଯେପରି ବଂତିତ ନହୁଅନ୍ତି ବୋଲି ସେ କହନ୍ତି। ତେଣୁ ଜଣେ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରୁ ଯଦି ଆଦିବାସୀ ଛାତ୍ର ଏମଏସସି କରିବାକୁ ଚାହୁଁଛି। ତେବେ ସେଭଳି ଯୁବକଙ୍କୁ ସେ ସବୁବେଳେ ସହଯୋଗ କରିବେ ବୋଲି କହିଛନ୍ତି। ତେବେ ବନୋଦ ଟାଵରୀଙ୍କ ଏହି ବଦାନ୍ୟତା ପାଇଁ ତାଂକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ତୁଳସୀରାମଙ୍କ ପରିବାର ତରଫରୁ ମଧ୍ୟ କୃତଜ୍ଞତା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe