କେବୁଲ ତାର ଚୋରି, ଗ୍ରାହକ ହନ୍ତସନ୍ତ

Advertisment
କେବୁଲ ତାର ଚୋରି, ଗ୍ରାହକ ହନ୍ତସନ୍ତ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସହରରେ ଏବେ ବି.ଏସ.ଏନ.ଏଲ ଭାରତ ଫାଇବର ତରଫରୁ ଗ୍ରାହକମାନଙ୍କୁ ଉତ୍ତମ ଇଣ୍ଟରନେଟ ସେବା ଯୋଗାଇ ଦେଉଥିବା ବେଳେ ଗତ ଦୁଇ ଦିନ ଧରି ଲଗାତାର ଭାବରେ ଗୋଟିଏ ସ୍ଥାନରୁ କେବୁଲ ତାର ଚୋରି ହେବାରୁ ବିଏସଏନଏଲର ହାଇ ସ୍ପିଡ଼ ଇଣ୍ଟରନେଟ ସଂଯୋଗକାରୀ ହନ୍ତସନ୍ତ ହେଉଛନ୍ତି ।

ସୂଚନା ଅନୁଯାୟୀ, ରାଜଗାଙ୍ଗପୁରରେ ବିଏସଏନଏଲ ଟେଲିକମ ବିଭାଗର ହାଇ ସ୍ପିଡ଼ ଇଣ୍ଟରନେଟ ସୁବିଧା ଯୋଗାଇ ଦେବାକୁ ବିଦ୍ୟୁତ ଖୁଣ୍ଟ ଜରିଆରେ ସହର ସାରା ଶ୍ରୀ କମ୍ୟୁନିକେସନ ତରଫରୁ କେବୁଲ ତାର ଟଣା ଯାଇଛି । ଦୁଇ ଦିନ ହେବ ସହରର ମୁଖ୍ୟ ରାସ୍ତାରେ ଥିବା ଶାନ୍ତି ସେବା ସଦନ ନିକଟରେ ଯାଇଥିବା କେବୁଲକୁ କାଟି କିଛି ଦୁର୍ବୁତ୍ତ ଚୋରି କରି ନେଇଯାଉଛନ୍ତି । ଯାହା ଫଳରେ ଘଣ୍ଟା ଘଣ୍ଟା ଧରି ଗ୍ରାହକଙ୍କୁ ଇଣ୍ଟରନେଟ ସେବା ଉପଲବ୍ଧ ହୋଇପାରୁନାହିଁ । ଏହା ଦ୍ଵାରା ଗ୍ରାହକ ହନ୍ତସନ୍ତ ହେଉଥିବା ବେଳେ କମ୍ପାନି କ୍ଷତି ସହୁଛି । ଏହାକୁ ନେଇ କମ୍ପାନି କର୍ତ୍ତୁପକ୍ଷ ଥାନାରେ ଏକ ଅଭିଯୋଗ କରିଛନ୍ତି । ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe