ନୂଆପଡ଼ାରେ ପୁଣି ବାଘ ଆତଙ୍କ; ବାଛୁରୀକୁ ଖାଇଲା

ନୂଆପଡ଼ାରେ ପୁଣି ବାଘ ଆତଙ୍କ; ବାଛୁରୀକୁ ଖାଇଲା

ନୂଆପଡା: ପୁଣି ଥରେ ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ ଦେଖାଯାଇଛି। ସଦର ରେଞ୍ଜ ଅଧୀନ ଧରମବନ୍ଧା ସେକସନର କଲମିଦାଦର ଗାଁ ପାଖ ଚୁଲାଭାଟ ପିଆରଏଫ ନିକଟରେ ପୁଣି ଗୋଟିଏ ବାଛୁରୀକୁ ମାରି ବାଘ ଖାଇ ଥିବା ଅଭିଯୋଗ ହୋଇଛି। କଲମିଦାଦର ଗାଁର ବାଛୁରୀ ଆଜି ସକାଳ ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଗାଁ ନିକଟ ଚୁଲାଭାଟ ଜଙ୍ଗଳ ପାଖକୁ ଚରିବାକୁ ଯାଇଥିଲା। ସେହି ସମୟରେ କଳରାପତରିଆ ବାଘ ମାରି ଖାଇ ଥିବା ଜଣାପଡିଥିଲା। ସୂଚନା ପାଇ ବନ ବିଭାଗର ଏକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ, ବିଗତ ଏକ ମାସ ମଧ୍ୟରେ ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ ଦେଖାଯାଇଛି। ଏହାରି ମଧ୍ୟରେ ବାଘ ଜଣେ ମଣିଷକୁ ଖାଇ ଦେଇଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଈ ଓ ବାଛୁରୀକୁ ଆକ୍ରମଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe