ବାଇକ୍‌ରେ ଆସି ଲୁଟିନେଲେ ସୁନା, ରୁପା ଅଳଙ୍କାର ସହ ଟଙ୍କା ବ୍ୟାଗ୍‌

Advertisment

ଗଜପତି ଜିଲ୍ଲା ମୋହନାର ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରୁ ଲୁଟ୍‌ ହୋଇଛି। ଲୁଟେରା ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ୍‌ ଧରି ଚମ୍ପଟ ମାରିଛନ୍ତି। ଲୁଟ୍‌ ହୋଇଥିବା ସାମଗ୍ରୀ ମଧ୍ୟରେ ଏକ କେଜି ସୁନା, ୫ କିଲୋ ରୁପା ଏବଂ ନଗଦ ୭୦ ହଜାର ଟଙ୍କା ରହିଥିବାର ସୂଚନା ମିଳିଛି...

6amama

ମୋହନା: ଗଜପତି ଜିଲ୍ଲା ମୋହନାର ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରୁ ଲୁଟ୍‌ ହୋଇଛି। ଲୁଟେରା ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ୍‌ ଧରି ଚମ୍ପଟ ମାରିଛନ୍ତି। ଲୁଟ୍‌ ହୋଇଥିବା ସାମଗ୍ରୀ ମଧ୍ୟରେ ଏକ କେଜି ସୁନା, ୫ କିଲୋ ରୁପା ଏବଂ ନଗଦ ୭୦ ହଜାର ଟଙ୍କା ରହିଥିବାର ସୂଚନା ମିଳିଛି । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ବୁଧବାର ରାତି ୯ଟା ସମୟରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ଦୋକାନା ବନ୍ଦ କରି ଘରକୁ ଯାଉଥିଲେ। ସେ ଏକ ବ୍ୟାଗ୍‌ରେ  ଦୋକାନର ସମସ୍ତ ସୁନା-ରୁପା ଏବଂ ନଗଦ ଟଙ୍କା ରହିଥିଲା। ସେ ଦୋକାନ ଆଗରେ ବ୍ୟାଗ୍‌କୁ ରଖିଥିଲେ ।

ଏହି ସମୟରେ ହଠାତ୍‌ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ନେଇ ଚମ୍ପଟ ମାରିଥିଲେ। ମୋହନ ରାଓ ଲୁଟ୍‌ ନେଇ ମୋହନା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋକାନ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ  ପୁଲିସ ଯାଞ୍ଚ୍ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe