ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ପୌର ପରିଷଦର ନିର୍ମାଣ ଶ୍ରମିକଙ୍କୁ ଆଜି ଗୁରୁବାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ କରାଯାଇଛି। ସ୍ଥାନୀୟ ଜୟୀରାଜଗୁରୁ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର, ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ବିଜୁ ଜନତା ଦଳ ମହିଳା ସଂଗଠନର ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳୀ ପାଟ୍ଟଷାଣୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ‌ ଯୋଗ ଦେଇଥିଲେ। ଉପଖଣ୍ଡ ଶ୍ରମ ଆୟୁକ୍ତ ପିକେ ପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ସହକାରୀ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ, ନିର୍ମାଣ ଶ୍ରମିକଙ୍କ ସହାୟତା ସମ୍ପର୍କରେ ତଥ୍ୟ ରଖିଥିଲେ।

ପଞ୍ଜୀକୃତ କରାଇବାକୁ ଚାହୁଁଥିବା ୧୮ରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍‌ ବୟସର ଶ୍ରମିକ ନିଜର ପଞ୍ଜୀକରଣ ଅନ୍‌ଲାଇନ୍‌ରେ କରାଇ ପାରିବେ। ଏଥିପାଇଁ ନିଜର ଭୋଟର ପରିଚୟପତ୍ର, ବ୍ୟାଙ୍କ ଜମାଖାତାର ନକଲ, ପାସପୋଟ ସାଇଜ ଫଟୋ, ଆଧାର କାର୍ଡ, ରାସନ କାର୍ଡ ଆଦି ଦାଖଲ କରିବେ। ଏହି କାର୍ଯ୍ୟକ୍ରମରେ ୨୨୫ଜଣ ଶ୍ରମିକଙ୍କ ନୂତନ ଭାବେ ପଞ୍ଜୀକରଣ ହୋଇଥିଲା। ମୋଟ ୩୪୯ଜଣଙ୍କୁ ୫୨ଲକ୍ଷ ୬୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହା ମଧ୍ୟରୁ ୮୫ଜଣଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା, ୧୦ ଜଣଙ୍କୁ ବୈବାହିକ ଆର୍ଥିକ ସହାୟତା, ୯ଜଣ ମହିଳାଙ୍କୁ ପ୍ରସୂତୀକାଳୀନ ଆର୍ଥିକ ସହାୟତା, ୨୦ଜଣଙ୍କୁ ମୃତ୍ୟଜନିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ଶ୍ରମ ବିଭାଗର କର୍ମଚାରୀ, ବିଭିନ୍ନ ୱାର୍ଡର କାଉନ୍‌ସିଲରଙ୍କ ସମେତ ୪୧୬ଜଣ ଶ୍ରମିକ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe