ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଗୀତା ଭବନ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୫ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ବାବଦରେ ୫୧ଲକ୍ଷ ୯୧ହଜାର ୬ଶହ ଟଙ୍କା ପ୍ରଦାନ କରାଯାଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ବେତାସ୍ନିଗ୍ଧା ମିଶ୍ର, ଶ୍ରମ ବିଭାଗ ଅତିରିକ୍ତ ଆୟୁକ୍ତ ଡଃ. ଏନ୍‌ ତିରୁମଲ୍ଲା ନାୟକ ଓ ନୀଳାମ୍ବର ମିଶାଲ ଅତିଥି ଭାବେ ଯୋଗ ଦେଇଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଦ୍ବାରା ଶ୍ରମିକଙ୍କ କିଭଳି ଉପକାର ହୋଇପାରିବ, କେଉଁ‌ କେଉଁ ସହାୟତା ପ୍ରଦାନ କରାଯାଉଛି ସେନେଇ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ। ଏହି ଅବସରରେ ୪୨ଜଣ ପଞ୍ଜୀକୃତ ଶ୍ରମିକଙ୍କ ପରିବାରକୁ ମୃତ୍ୟୁକାଳୀନ ଓ ‌ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ୪୩ଲକ୍ଷ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

୧୭ ଜଣ ଶ୍ରମିକଙ୍କୁ ବିବାହକାଳୀନ ସହାୟତା ୮ଲକ୍ଷ ୫୦ ହଜାର ଟଙ୍କା, ୬ ଜଣ ଶ୍ରମିକଙ୍କ ସନ୍ତାନଙ୍କୁ ଶିକ୍ଷା ସହାୟତା ବାବଦରେ ୩୬ ହଜାର ୬ଶହ ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ସହକାରୀ ଶ୍ରମ ଅଧିକାରୀ କାଳିପୁତ୍ର କୁଳଦୀପ ପ୍ରସାଦ, ପିପାସା ମହାପାତ୍ର, ସୌମ୍ୟ ରଞ୍ଜିତା ଦଳାଇ ଓଅନ୍ୟ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଭୁବନେଶ୍ବର ସହକାରୀ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe