ସ୍ବାଭିମାନ ଅଞ୍ଚଳର ସାର୍କୁବନ୍ଧ ଗ୍ରାମରେ ପୁଲିସର ଜନସମ୍ପର୍କ ଶିବିର

Advertisment
ସ୍ବାଭିମାନ ଅଞ୍ଚଳର ସାର୍କୁବନ୍ଧ ଗ୍ରାମରେ ପୁଲିସର ଜନସମ୍ପର୍କ ଶିବିର

Sambad

ମାଲକାନଗିରି: ସ୍ବାଭିମାନ ଅଂଚଳର ରାଲଗେଡା ପଞ୍ଚାୟତର ସାର୍କୁବନ୍ଧ ଗ୍ରାମରେ ପୁଲିସର ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିନ ଥିଲା ଏହି ଗ୍ରାମ ନକ୍ସଲଙ୍କର ଗଡ କୁହାଯାଉଥିଲା। ନକ୍ସଲ ଏଠାରେ ରହି ନିଜର ବିଭିନ୍ନ କାର୍ଯ୍ୟର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଏପରିକି ପୁଲିସ ଉପରେ ଆକ୍ରମଣ କରିବା ନେଇ ଏଠାରେ ହିଁ ଯୋଜନା ହେଉଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ଏଠାରେ ପୁଲିସ ଏବଂ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ସହ ଏହି ଅଞ୍ଚଳର ବିକାଶ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଏହି ଜନ ସମ୍ପର୍କ ଶିବିରରେ ଆଖପାଖ ଗ୍ରାମର ଶତାଧିକ ମହିଳା ପୁରୁଷ ଓ ପିଲାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏହି ଅଞ୍ଚଳର ନୂତନ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିବା ସମାରୀ ଟାଙ୍ଗୁଲ ଯୋଗ ଦେଇଥିଲେ।

publive-image Sambad

ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ଏସଡିପିଓ ଅଂଶୁମାନ ଦ୍ବିବେଦୀ, ବ୍ଲକ ଅଧ୍ୟକ୍ଷା, ଚିତ୍ରକୋଣ୍ଡା ଆଇଆଇସି, ଯଡାମ୍ବ ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟ କ୍ରମରେ ଯୋଗ ଦେଇଥିବା ମହିଳା ପୁରୁଷ ମାନଙ୍କୁ ଛତା, ଜୋତା, କଂସାବାସନ, ଶାଢୀ, କମ୍ବଳ, ଟର୍ଚ, ସାର୍ଟ, ପାଣି ବୋତଲ ସମେତ ଖେଳ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିସହ ଏହି ଅଞ୍ଚଳର ସାଂସ୍କୃତିକ ପରିଷଦକୁ ବାଜା ଇତ୍ୟାଦି ପ୍ରଦାନ କରାଯାଇଥିଲା। ପିଲାମାନଙ୍କୁ ବହି, ଖାତା, ପେନ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏହି ଅଞ୍ଚଳର ଯୁବକମାନଙ୍କୁ ନେଇ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ବିଜୟୀ ଦଳକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ପରେ ଲୋକେ ନକ୍ସଲକୁ ଆଉ ସମର୍ଥନ କରିବେ ନାହିଁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe