ତିନି ଦିନିଆ ବ୍ଲକସ୍ତରୀୟ ପାଚିକା ଓ ସହାୟିକା ପ୍ରଶିକ୍ଷଣ ଶିବିର ଉଦଯାପିତ

Advertisment
ତିନି ଦିନିଆ ବ୍ଲକସ୍ତରୀୟ ପାଚିକା ଓ ସହାୟିକା ପ୍ରଶିକ୍ଷଣ ଶିବିର ଉଦଯାପିତ

Sambad

ଖୋର୍ଦ୍ଧା: ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ତିନିଦିନ ଧରି ଚାଲୁଥିବା ବ୍ଲକସ୍ତରୀୟ ପାଚିକା ଓ ସହାୟିକା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି। ରାଜ୍ୟ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଅଭିଯାନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ୧୩ଟି କ୍ଲଷ୍ଟରର ୨୯୪ଜଣ ପାଚିକା ଓ ସହାୟିକା ପ୍ରଶିକ୍ଷିତ ହୋଇଥିଲେ। ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥିଭାବେ ସାଧନକେନ୍ଦ୍ର ସଂଯୋଜକ ଭରତଚନ୍ଦ୍ର ପ୍ରଧାନ, ଅତରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ବେହେରା, ସ୍ୱର୍ଣ୍ଣଲତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶରୀର ପାଇଁ ସୁପୋଷଣର ଆବଶ୍ୟକତା, ଶିଶୁର ଶାରୀରିକ ଓ ମାନସିକ ବିକାଶରେ ପୁଷ୍ଟିକର ଓ ସୁଷମ ଖାଦ୍ୟର ଉପଯୋଗ, ବିଦ୍ୟାଳୟ ମାନଙ୍କରେ ପୁଷ୍ଟି ବଗିଚା ନିର୍ମାଣ ଓ ଏଥିରୁ ଉତ୍ପନ ପନିପରିବା ପିଲା ମାନଙ୍କ ଭୋଜନରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

publive-image Sambad

ଏହି କର୍ମଶାଳାରେ ସାଧନ କର୍ମୀ ଭାବରେ ବାମଦେବ ପାଇକରାୟ, ନାରାୟଣ ପାଇକରାୟ, ପ୍ରଦ୍ୟୁମ୍ନ ମିଶ୍ର ପ୍ରଶିକ୍ଷଣ ଦେଇଥିଲେ। ପ୍ରଥମ ଦିନ ସ୍ୱତନ୍ତ୍ର ଅତିଥି ଭାବେ ହାସ୍ୟ ଅଭିନେତା ଶଙ୍କର, ଦ୍ୱିତୀୟ ଦିନ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ମଧ୍ୟାହ୍ନ ଭୋଜନ ବିଭାଗ ଡେପୁଟି ନିର୍ଦେଶକ ଯୋଗେନ୍ଦ୍ର କୁମାର ମାଝୀ, ଜିଲ୍ଲା ପ୍ରୋଗାମର ସଙ୍ଗୀତା ନାୟକ ଓ ବିଦ୍ୟୁତପ୍ରଭା ମହାନ୍ତି ଏବଂ ତୃତୀୟ ଦିବସରେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବି ନାରାୟଣ ପଣ୍ଡା, ଯୁଧିଷ୍ଠିର ସାହୁ, ରେବତୀ ପଣ୍ଡା, ଧ୍ରୁବଚରଣ ରଣା, ରବି ନାରାୟଣ ସାହୁ, ଅମୀୟ ଜେନା, ବିକାଶ କୁମାର ମୁଦୁଲି, ପୂର୍ଣ୍ଣଲକ୍ଷ୍ମୀ ମହାରଣା, ବାଗେଶ୍ରୀ ମହାପାତ୍ର, ଅମୀୟ କୁମାର ପରିଡ଼ା, ସୁଶାନ୍ତ କୁମାର ସାହୁ, ରବୀନ୍ଦ୍ର ପ୍ରଧାନ, ମଧ୍ୟାହ୍ନ ଭୋଜନ ବିଭାଗର ପବିତ୍ର ଦଳେଇ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe