East Coast Daily English
କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ଚଢ଼ଉ କରି ୨୦.୫ କେଜି ଗଞ୍ଜେଇ ଓ ଏକ ବାଇକ୍ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଖୁଣ୍ଟିଗୋରା ଛକ ନିକଟରେ ଚଢ଼ଉ କରିଥିଲା। ଓଡି-୨୭ବି-୯୭୨୮ ନମ୍ବର ବିଶିଷ୍ଟ ଏକ ବାଇକରେ ଦୁଇଜଣ ବସ୍ତାରେ କିଛି ଜିନିଷ ଧରି ଯାଉଥିବା ବେଳେ ସନ୍ଦେହରେ ପୁଲିସ ଅଟକାଇ ଥିଲା। ତଦନ୍ତ ପରେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ବାଇକ୍ ଜବତ ହୋଇଥିବା ବେଳେ ଉଭୟ ଚାଲାଣକାରୀଙ୍କୁ ପୁଲିସ ଗିରଫ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ଘଣ୍ଟାପଡ଼ା ଥାନା ଉମା ଗ୍ରାମର ରବି ମହାନନ୍ଦ (୩୬) ଓ ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲା ବିଜ୍ଵାର ଥାନା ପଥାରି ଗ୍ରାମର ଆବିଦ୍ ଖାନ(୧୯) ବୋଲି ପୁଲିସ ସୂଚନା ଦେଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରା ଯାଇଥିଲା। ଏ ସଂକ୍ରାନ୍ତରେ ଘଣ୍ଟାପଡ଼ା ଥାନାରେ ନଂ. ୪୩/୨୦୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଗଣନାଥ ଥନାପତି କହିଛନ୍ତି।
Follow Us