ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୬ ଗିରଫ

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରୁ ମୃତ ବାର୍‌ହା ଜବତ; ତିନି ଅଭିଯୁକ୍ତ ଫେରାର

Image Courtesy of NDTV

ନୂଆପଡ଼ା: ନୂଆପଡ଼ା ଓ ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ୩ଟି ସ୍ଥାନରେ ଚଢ଼ଉ କରାଯାଇ ୭୧ କେଜି ଗଞ୍ଜେଇ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଅବକାରୀ ବିଭାଗର ସଂଘମିତ୍ରା ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ବଣ୍ଡାପାଟ ଛକରେ ଚଢ଼ଉ କରି ୨୫ କେଜି ଗଞ୍ଜେଇ ଜବତ କରିବା ସହ ସେଠାରୁ ରାଜସ୍ଥାନ ରାଜ୍ୟ ଅଜମେର ଜିଲ୍ଲା ପୁଷ୍କର ଥାନାର ଲକ୍ଷ୍ମଣ (୩୨), ନାଜର ଜିଲ୍ଲା ଗୋଟନ ଥାନା ଗଙ୍ଗାଦର ଗ୍ରାମର ସାରଦା (୩୫)ଙ୍କୁ ଗିରଫ କରିଥିଲେ।

ସେପରି କୋମନା ଥାନା ଛତାଛକରେ ଚଢ଼ଉ କରି ୨୧ କେଜି ଗଞ୍ଜେଇ ଜବତ କରିବା ସହ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କଛାରପଡ଼ା ଗ୍ରାମର ସୀମାଞ୍ଚଳ ନାଏକ (୩୮) ଓ ଦେବରାଜ ନାଏକ (୩୮)କୁ ଗିରଫ କରିଥିଲେ। ପରେ କୋମନା ଥାନା ଝଗ୍ରାହୀ ମୋଡ଼େଲ ସ୍କୁଲଠାରେ ଚଢ଼ଉ କରି ୨୫ କେଜି ଗେଞ୍ଜଇ ଜବତ କରିବା ସହ ମଧ୍ୟପ୍ରଦେଶ ରାଜ୍ୟ ନର୍ମଦାପୁରମ ଜିଲ୍ଲା ସିୟୁନେ ଥାନା ହିରାନାଗେଡ଼ା ଗ୍ରାମର ସଞ୍ଜୟ ରାଜବଂଶୀ (୩୩) ନୂଆପଡ଼ା ଜିଲ୍ଲା କୋମନା ଥାନା ଛତା ଗ୍ରାମର ଭଗତରାମ ଜଗତ (୪୦)କୁ ଗିରଫ କରିଥିଲେ। ମୋଟ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଏକ କାର୍‌ (ଓଡି- ୦୧ଏଏ-୬୬୯୯)କୁ ଜବତ କରିଥିଲେ। ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe