ଗଞ୍ଜେଇ ଭର୍ତ୍ତି ଭ୍ୟାନ୍‌ ଜବତ, ଚାଳକ ଫେରାର୍‌

Advertisment
ଗଞ୍ଜେଇ ଭର୍ତ୍ତି ଭ୍ୟାନ୍‌ ଜବତ, ଚାଳକ ଫେରାର୍‌

NDTV.com

ମ.ରାମପୁର: ମ.ରାମପୁର ପୁଲିସ ଆଜି ଏକ ଗଂଜେଇ ଚୋରାଚାଲାଣ ହେଉଥିବା ଭ୍ୟାନ୍‌କୁ ଜବତ କରିଥିବାବେଳେ ଏହାର ଚାଳକ ଫେରାର୍‌ ହୋଇଯାଇଛି । ସୂଚନାନୁସାରେ କୌଣସି ସୂତ୍ରରୁ ମ.ରାମପୁର ପୁଲିସ ଖବର ପାଇ ଜାତୀୟ ରାଜପଥ ୫୯ର ପଣ୍ଡକାମାଲ ଓ ଅଅଁଲାପାଲି ରାସ୍ତାରେ ଏକ ଭ୍ୟାନ୍‌ (ଓଡି୨୬ସି-୮୬୨୨)କୁ ଗୋଡ଼ାଇ ଧରିଥିଲା।

ପୁଲିସକୁ ଦେଖି ଚାଳକ ଗାଡ଼ି ଛାଡ଼ି ଜଙ୍ଗଲ ଭିତରକୁ ଫେରାର୍‌ ହୋଇଯାଇଥିଲା। ପରେ ପୁଲିସ ଗାଡ଼ି ଯାଞ୍ଚ କରିବାରୁ ଗାଡ଼ିରୁ ୨୦ କେଜି ଓଜନର ୧୪ଟି ପ୍ୟାକେଟ୍‌ ଜବତ କରିଥିଲା। ପୁଲିସ ଗାଡ଼ି ଓ ଗଂଜେଇ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe