ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼-ଛତିଗୁଡ଼ା ରାସ୍ତାର ସିକେରକୁପା ଗାଁ ନିକଟରେ ଅବକାରୀ ବିଭାଗ ଚଢ଼ଉ କରି ଏକ ପିକ୍ଅପ୍ ଭ୍ୟାନ୍ (ଓଡି ୩୩ଏସି-୯୧୨୦)ରୁ ୭ କ୍ବିଣ୍ଟାଲ ୧୩ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁରୀ ଜିଲ୍ଲା ଗୋପ ଥାନା ଅର୍ନ୍ତଗତ ବାଳିକନ୍ଦଳ ଗ୍ରାମର ରମେଶ ଜେନା (୩୩)ଙ୍କୁ ଗିରଫ କରିଛି।
ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୭୯ ଲକ୍ଷ ୩୦ ହଜାର ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉରେ ଅବକାରୀ ମୋବାଇଲ ୟୁନିଟର ଏସ୍ଆଇ ଦିଲୀପ କିଣ୍ଡୋ, ନର୍ଲା ଅବକାରୀ ଅଧିକାରୀ ପ୍ରଶାନ୍ତୀ ସ୍ବାଇଁ, ଏଏସ୍ଆଇ ଭି. ବିଶ୍ବେଶ୍ବର ରାଓ, ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
Follow Us