ତାମସା ମୁଖ୍ୟ କେନାଲ ଭାଙ୍ଗିଲା; ଲକ୍ଷାଧିକ ଟଂକାର ଫସଲ ନଷ୍ଟ, ଏମପିଭି-୨ ଗ୍ରାମ ଜଳମଗ୍ନ

Advertisment
ତାମସା ମୁଖ୍ୟ କେନାଲ ଭାଙ୍ଗିଲା; ଲକ୍ଷାଧିକ ଟଂକାର ଫସଲ ନଷ୍ଟ, ଏମପିଭି-୨ ଗ୍ରାମ ଜଳମଗ୍ନ

ମାଲକାନଗିରି: ନିମ୍ନ ମାନର କାମ ଯାଗୁଁ ଆଜି ତାମସା ମୁଖ୍ୟ କେନାଲ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାର ଏମଭି-୭ ନମ୍ବର ନିକଟରେ ତାମସା ମୁଖ୍ୟ କେନାଲ ଭାଙ୍ଗିଛି। ଫଳରେ ଏମପିଭି-୨ ଗାଁ ସହ ଶହ ଶହ ଏକର ଚାଷ ଜମିରେ ପାଣି ପ୍ରବେଶ କରିଛି। ଧାନ, ବାଦାମ ଚାଷ ନଷ୍ଟ ହେବା ସହ ନିକଟରେ ପୋଖରୀରେ ହୋଇଥିବା ମାଛ ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ଏମପିଭି-୨ ଗାଁରେ ପାଣି ପଶିଯିବାରୁ ଗ୍ରାମଟି ଜଳମଗ୍ନ ହେବାସହ ଅନେକଙ୍କ ଘରେ ମଧ୍ୟ ପାଣି ପସିଯାଇଛି।

publive-image

ବର୍ତ୍ତମାନ ସୁଦ୍ଧା ବି ପାଣିର ପ୍ରଖରତା କମି ନଥିବାରୁ ତଳିଆ ଗାଁ ଗୁଡିକର ଲୋକେ ଚିନ୍ତାରେ ପଡିଯାଇଛନ୍ତି। ଏମପି ଭି-୨ ଗ୍ରାମର ଅନେକ ପରିବାର ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଜଳସେଚନ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନଥିବା ବେଳେ ଜିଲା ପ୍ରଶାସନ ସେଭଳି ତତ୍ପରତା ଦେଖିବାକୁ ମିଳିନାହିଁ। ରାତି ହେବାରୁ ବିପଦ ମଧ୍ୟ ବଢୁଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହେଉଛି। କେନାଲର ମରାମତି ଏବଂ ତଦାରଖ ପାଇଁ ବିଭାଗୀୟ ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କିପରି ଅଣଦେଖା କଲେ ଏହା ଏବେ ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି। ଏନେଇ ଉପଜିଲ୍ଲାପାଳ, ତହସିଲଦାରଙ୍କୁ ପଚାରିବାରୁ ଏବିଷୟରେ ଜାଣିନଥିବା କହିବା ସହ ଦେଖୁଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe