ବାତିଲ୍ ୬୯୦ଟୋକେନ୍ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ

Advertisment

୪ଲକ୍ଷ ୬୦ହଜାର କୁଇଣ୍ଟାଲ  ଧାନ କିଣା ବ‌ାଦେ ପୁଣି ଟାର୍ଗେଟ ୨ଲକ୍ଷ ୨୩କୁଇଣ୍ଟାଲ ଆସିଲା

୪ଲକ୍ଷ ୬୦ହଜାର କୁଇଣ୍ଟାଲ  ଧାନ କିଣା ବ‌ାଦେ ପୁଣି ଟାର୍ଗେଟ ୨ଲକ୍ଷ ୨୩କୁଇଣ୍ଟାଲ ଆସିଲା

ବାତିଲ୍ ୬୯୦ଟୋକେନ୍ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ

ଜୟପୁର: ମଣ୍ଡିରେ ଧାନ କିଣା ପାଇଁ କେତେ ବେଳେ ଟାର୍ଗେଟ ତ ଆଉ କେତେବେଳେ ଚାଷୀଙ୍କୁ ମଣ୍ଡି ନ ମିଳିବା, ଚାଷୀଙ୍କୁ ଟୋକେନ୍ ମିଳିବା ପରେ ଧାନ କିଣା ନ ଯିବା ପରେ ଏହା ବାତିଲ୍ ହୋଇଯିବା ଭଳି ସମସ୍ୟା ଲାଗି ରହିଛି।  ଗତ ଡିସେମ୍ବର ଶେଷ ସପ୍ତାହରୁ ଏହାରି ମଧ୍ୟରେ ୬୯୦ଟି ଟୋକେନ୍ ବାତିଲ୍ ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ କହିଛନ୍ତି।

ଟୋକେନ୍ ବାତିଲ୍ ହେବା ଏବଂ ଟୋକେନ୍ ନ ମିଳିବା ଚାଷୀ ମାନେ ଗତ କିଛି ଦିନ ହେବ ଜିଲ୍ଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ ଜାରୀ ରଖିଛନ୍ତି। ତେବେ ଚାଷୀଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା‌ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟରୁ କେତେ ଚାଷୀଙ୍କର ଟୋକେନ୍ ପାଇବା ପରେ ବାତିଲ୍ ହୋଇଛି ଆଦିର ରିପୋର୍ଟ ଆଣି ଯାଂଚ କରାଯାଇଥିଲା।  ଜିଲ୍ଲାର ବିଭିନ୍ନ ମଣ୍ଡିର ୬୯୦ଟି ଟୋକେନ୍ ଏଭଳି ବାତିଲ୍ ହୋଇଥିବା ଜଣାପଡିଥିଲା। ଏହି ୬୯୦ଟି ଟୋକେନକୁ ପୁନଃକାର୍ଯ୍ୟକ୍ଷମ କରାଇବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଅନୁରୋଧ ଚିଠି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ।

ସୂଚନା ଯୋଗ୍ୟ, ଜିଲ୍ଲାରେ ଥିବା ୯୯ଟି ମଣ୍ଡିରେ ୧୦ହଜାର ୫୧୨ଜଣ ଚାଷୀଙ୍କର ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ଜମା ରହିଥିବା ଗତ ୧୫ତାରିଖ ଦିନ ସ୍ବତନ୍ତ୍ର ଯାଂଚ ଦଳ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଜିଲ୍ଲାପ୍ରଶାସନ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଓଖାଉଟି କଲ୍ୟାଣ ବିଭାଗକୁ ପଠାଯାଇଥିଲା। ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଥିବାରୁ ବିଜେଡି ନେତ୍ରୀ ଡ.ଇନ୍ଦିରାନନ୍ଦ ମଣ୍ଡିକୁ ମଣ୍ଡି ବୁଲି ଚାଷୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ସେଭଳି  ବିଜେପି ପକ୍ଷରୁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରାଯାଇଥିଲା।

ଗତ ୧୫ଦିନ ହେବ କୋଟପାଡ ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁନି ବୋଲି ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ତେବେ କଂଗ୍ରେସ ବି ଏହି ମାମଲାରେ ପଛକୁ ନ ହଟି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚାଷୀଙ୍କୁ ନେଇ ଜୟନ୍ତଗିରୀ ମଣ୍ଡି ଓ ବୋରିଗୁମ୍ମା ଛକରେ ୭ଘଣ୍ଟିଆ ରାସ୍ତା ରୋକ କରିଥିଲେ। ବିଭାଗୀୟ ସଚିବଙ୍କ ସହ କଥାବାର୍ତ୍ତା କରିଥିଲେ। ତା ପରେ ଟାର୍ଗେଟ ୨ଟି ପର୍ଯ୍ୟାୟରେ ୪ଲକ୍ଷ ୬୦ହଜାର କୁଇଣ୍ଟାଲ ଆସିଥିଲା।

ଏବେ ପୁଣି ଆହୁରି ୨ଲକ୍ଷ ୨୩ହଜାର କୁଇଣ୍ଟାଲ ଆସିଥିବା କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। ତେବେ ବଳକା ଧାନ କିଣା ପାଇଁ ବି ରାଜ୍ୟ ସରକାର ଟାର୍ଗେଟ ଦେବେ। ତେବେ ଏହି ୬୯୦ଟି ଟୋକେନ୍ ପୁନଃ କାର୍ଯ୍ୟକ୍ଷମ ହେବା ପରେ ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। ସେଭଳି ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୮ହଜାର ୯୬୮ଜଣ ଚାଷୀଙ୍କ ଠାରୁ ୨୦ଲ୍ୟାମ୍ପ, ୨୪ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣି ପଂଚାୟତ ଜରିଆରେ ୨୬ଲକ୍ଷ ୩୫ହଜାର ୬୬୧କୁଇଣ୍ଟାଲ ଧାନ କିଣାସରିଛି।

ଗତ ୧୫ତାରିଖ ପର ଠାରୁ ୯୯ଟି ମଣ୍ଡିରେ ଜମା ରହିଥିବା ଧାନ ମଧ୍ୟରୁ କୋରାପୁଟ ଉପଖଣ୍ଡର ଧାନ ସହ ମହିଳା ସ୍ବୟଂ ସହାୟକ ଦଳକୁ ଦିଆଯାଇଥିବା ଟାର୍ଗେଟ ଶତପ୍ରତିଶତ ଉଠି ସାରିଥିବା ବେଳେ ଏବେ କେବଳ କିଛି ବାତିଲ୍ ହୋଇଥିବା ଟୋକେନ୍ ଓ କିଛି  ଲ୍ୟାମ୍ପର ଟାର୍ଗେଟ ପୁରଣ ହେବାର ବାକି ରହିଥିବା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe