ରାଉରକେଲା :ଚୋରା ଗଞ୍ଜେଇ, ପିସ୍ତଲ ସହିତ ୩ ଗିରଫ

Advertisment
ରାଉରକେଲା :ଚୋରା ଗଞ୍ଜେଇ, ପିସ୍ତଲ ସହିତ ୩ ଗିରଫ

ରାଉରକେଲା: ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ସାରନା ଛକଠାରେ କୋରାପୁଟରୁ ନୂଆଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ଗ୍ୟାଙ୍ଗ୍‌ର ୩ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୨୨ କେଜି ଗଞ୍ଜେଇ, ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଗୁଳି, ମାଗାଜିନ ଓ ନଗଦ ୨୦ ହଜାର ୩୪୦ ଟଙ୍କା ଜବତ କରାଯାଇଛି।

publive-image
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟରୁ ରାଉରକେଲା ଆସୁଥିବା ଏକ ବସରେ ତିନି ଜଣ ଅଭିଯୁକ୍ତ ୨୨ କେଜି ଗଞ୍ଜେଇକୁ ୩ଟି ବସ୍ତାରେ ଧରି ଓହ୍ଳାଇବା ପରେ ପୂର୍ବରୁ ସୂଚନା ପାଇ ଜଗି ରହିଥିବା ପୁଲିସ ସେମାନଙ୍କୁ ଧରିଥିଲା। ତନଖି ବେଳେ ସେମାନଙ୍କ ଠାରୁ ଗଞ୍ଜେଇ, ପିସ୍ତଲ ଓ ଗୁଳି ଜବତ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତିମାନେ ହେଲେ ବିହାର ଲାଉରିଆ ଥାନା ଅଞ୍ଚଳର ରାଧେଶ୍ୟାମ ଚୌରାସିଆ, କୋରାପୁଟ୍‌ ଅଞ୍ଚଳର ବବ୍‌ଲୁ ପଟାନିଆ, ଓ ଅନୀଲ ନିଆଳ। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଉଦିତନଗର ଥାନା ପୁଲିସ ଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe