ଛତିଶଗଡ଼ ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଜଣ ଗିରଫ

Advertisment
ଛତିଶଗଡ଼ ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଜଣ ଗିରଫ

ନୂଆପଡ଼ା: ଓଡ଼ିଶାରୁ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ ବେଳେ ଖରିଆର ରୋଡ୍‌ ଜୋଙ୍କ୍‌ ପୁଲିସ ଗୌତମା ନିକଟରେ ଜବତ କରିଛି। ୨ଟି ବାଇକ୍‌ରେ ୪୩ କେଜି ଚାଲାଣ ହେଉଥିଲା। ଘଟଣାରେ ୩ ଜଣଙ୍କୁ ଗିରଫ କରି ତାଙ୍କଠାରୁ ୩ଟି ମୋବାଇଲ୍‌, ୨୦୫୦ ଟଙ୍କା ଜବତ କରାଯାଇଛି।

ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜୋଙ୍କ ଥାନା ଅଧିକାରୀ କୈଳାସ ସେଠୀଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ଅଭିଯୁକ୍ତମାନେ ହେଲେ ଖରିଆର ରୋଡ୍‌ ୱାର୍ଡ ନଂ ୩ ମୁଣ୍ଡାଗାଁ ଗ୍ରାମର କୈଳାସ ସାହୁ (୪୫ ବର୍ଷ), କୋମନା ବ୍ଲକ୍‌ ଜେଠୁପାଲି ଗ୍ରାମର ମହେଶ ସୁନା (୩୧ ବର୍ଷ) ଓ କୋମନା ପଏଁର ଗ୍ରାମର ଈଶ୍ବର ସୁନାନୀ (୩୨ ବର୍ଷ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe