ମୋହନା: ଗଜପତି ଜିଲ୍ଲାର କମଳାପୁର ନାକା ପଏଣ୍ଟରେ ଯାଞ୍ଚ୍ ବେଳେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଧରାପଡ଼ିଛି। ଜବତ ଗଞ୍ଜେଇ ପରିମାଣ ୧୦ କୁଇଣ୍ଟାଲ ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଏହି ଗଞ୍ଜେଇ ମୋହନା ଚଢ଼ିଆପଦାରୁ ମହାରାଷ୍ଟ୍ର ଚୋରା ଚାଲାଣ ହେଉଥିଲା।
ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଗାଡ଼ିକୁ ପୁଲିସ୍ ଜବତ କରିଛି।
Follow Us