କାବୁହେଲା ଧନୁ-ତୀର କବ୍‌ଜାକାରୀ: ଧନୁ-ତୀର, ହାଡୁଟି ଓ ବାଟୁଳି ଜବତ

Advertisment

୨୪ ଘଣ୍ଟା ଅପରେସନ୍‌ ପରେ ପୁଲିସ, ଡିଭିଏଫ୍‌ ଓ ଅଗ୍ନିଶମ କର୍ମଚାରୀ ଉନ୍ମତ୍ତକାଣ୍ଡ ଭିଆଇଥିବା ଯୁବକଙ୍କୁ କାବୁ କରିଛନ୍ତି। ତାଙ୍କ ପାଖରୁ ଧନୁ-ତୀର, ହାତୁଡି ସହ ବାଟୁଳି ଜବତ ହୋଇଛି। ତାକୁ ଗିରଫ କରାଯାଇଛି। କେଉଁ କାରଣରୁ ସେ ଏଭଳି କାଣ୍ଡ ଭିଆଇଥିଲେ ପୁଲିସ ତଦନ୍ତ ଚଳାଇଛି...

୨୪ ଘଣ୍ଟା ଅପରେସନ୍‌ ପରେ ପୁଲିସ, ଡିଭିଏଫ୍‌ ଓ ଅଗ୍ନିଶମ କର୍ମଚାରୀ ଉନ୍ମତ୍ତକାଣ୍ଡ ଭିଆଇଥିବା ଯୁବକଙ୍କୁ କାବୁ କରିଛନ୍ତି। ତାଙ୍କ ପାଖରୁ ଧନୁ-ତୀର, ହାତୁଡି ସହ ବାଟୁଳି ଜବତ ହୋଇଛି। ତାକୁ ଗିରଫ କରାଯାଇଛି। କେଉଁ କାରଣରୁ ସେ ଏଭଳି କାଣ୍ଡ ଭିଆଇଥିଲେ ପୁଲିସ ତଦନ୍ତ ଚଳାଇଛି...

WhatsApp Image 2024-09-25 at 11.25.47 PM

ରାଉରକେଲା/ବଣାଇ/ଲହୁଣିପଡ଼ା: ଗତ ପାଞ୍ଚଦିନ ଧନୁ-ତୀର ଧରି ବିଦ୍ୟାଳୟକୁ କବ୍‌ଜା କରି ରଖିଥିବା ଯୁବକକୁ କାବୁକରିବାରେ ସକ୍ଷମ ହୋଇଛି ପୁଲିସ।

୨୪ ଘଣ୍ଟା ଅପରେସନ୍‌ ପରେ ପୁଲିସ, ଡିଭିଏଫ୍‌ ଓ ଅଗ୍ନିଶମ କର୍ମଚାରୀ ଉନ୍ମତ୍ତକାଣ୍ଡ ଭିଆଇଥିବା ଯୁବକ ସୁଦନ ମୁଣ୍ଡାଙ୍କୁ ବୁଧବାର ସନ୍ଧ୍ୟାରେ କାବୁ କରିଥିଲେ। ପୁଲିସ ଟିମ୍‌ ସୁଦନ ନିକଟରୁ ଧନୁ-ତୀର, ହାତୁଡି ସହ ବାଟୁଳି ଜବତ ହୋଇଛି। ତାକୁ ଗିରଫ କରାଯାଇଛି। ଆଜି ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। କେଉଁ କାରଣରୁ ସୁଦନ ଏଭଳି କାଣ୍ଡଭିଆଇଥିଲା ପୁଲିସ ତା’ର ତଦନ୍ତ ଚଳାଇଛି। 

 ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଣାଇ ଏସ୍‌ଡିପିଓ ସ୍ବରାଜ ଦେବତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ଶନିବାର ସୁଦନ ହାତରେ ଧନୁ-ତୀର, ହାତୁଡି ଓ ବାଟୁଳି ଧରି ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ବଡଜଲ ଗ୍ରାମ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଉପକୁ ଚଢ଼ିଯାଇଥିଲା।

ବିଦ୍ୟାଳୟର ପ୍ରଧାନଶିକ୍ଷକ ସାହୁ ମୁଣ୍ଡାରୀ ବିଦ୍ୟାଳୟ ଛାତ ଉପରୁ ଓହ୍ଲାଇ ଆସିବାକୁ ସୁଦନକୁ କହିଥିଲେ। ସୁଦନ ଛାତରୁ ଓହ୍ଲାଇବା ପରି‌ବର୍ତ୍ତେ ପ୍ରଧାନଶିକ୍ଷକଙ୍କୁ ପଥର ମାଡ଼ି କରିଥିଲା। ପଥର ମାଡ଼ରେ ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ‌ସୋମବାର ପର୍ଯ୍ୟନ୍ତ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଯାଉଥିବା ଲୋକଙ୍କୁ ଟେକାପଥର ମାରିଥିଲା। ପଥର ମାଡ଼ରେ ଅନ୍ୟ କ‌େହି ଆହତ ହୋଇ ନ ଥିଲେ।

ସୋମବାର ପ୍ରଧାନଶିକ୍ଷକଙ୍କଠୁ ସୂଚନା ପାଇ ମହୁଲପଦା ଥାନାଅଧିକାରୀ ସୁରେଶ ପ୍ରଧାନ ଓ ତାଙ୍କ ଟିମ୍‌ ବିଦ୍ୟାଳୟରେ ପହଞ୍ଚିଥିଲେ। ଥାନାଅଧିକାରୀ ଉଦ୍ଧାର କରିବାକୁ ଶିଢ଼ି ଚଢ଼ୁଥିବାବେଳେ ସୁଦନ ତୀର ମାଡ଼ କରିଥିଲା। ଥାନା ଅଧିକାରୀଙ୍କ ସମେତ ଅନ୍ୟ ଦୁଇ କନେଷ୍ଟବଳ ଆହତ ହୋଇଥିଲେ। ଭୟରେ କେହି ଉଦ୍ଧାର କରିବାକୁ ସାହସ ଜୁଟାଇପାରି ନଥିଲେ। ପୁଲିସ ଟିମ୍‌, ଅଗ୍ନିଶମ କର୍ମଚାରୀ ସୁଦନକୁ କାବୁ କରିବାକୁ ପ୍ରୟାସ କରିଥିଲେ ହେଁ ବିଫଳ ହୋଇଥିଲେ।

ରାଉରକେଲାରୁ ଦୁଇ ସେକ୍ସନ ଡିଭିଏଫ୍‌, ଡଗ୍‌ ସ୍କ୍ବାଡ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ କରିଥିଲେ। ସୁରକ୍ଷାଦୃଷ୍ଟିରୁ ଡିଭିଏଫ୍‌ ଟିମ୍‌ ଛାତିରେ ଷ୍ଟିଲ ଚାଦର ପିନ୍ଧିଥିଲେ। କିଛି ପୁଲିସ୍‌ ବିଦ୍ୟାଳୟ ଚତୁଃପାର୍ଶ୍ବକୁ ଘେରି ରହିଥିଲେ। ଡିଭିଏଫ୍‌ ଟିମ୍‌ ଛାତ ଉପରକୁ ଚଢ଼ିଥିଲେ।

ଶେଷରେ ସୁଦନକୁ କାବୁ କରିବାକୁ ସଫଳ ହୋଇଥିଲେ। ଘଟଣାସ୍ଥଳରେ ବଣାଇ ଉପଖଣ୍ଡ ପୁଲିସ ଅଧିକାରୀ ସ୍ବରାଜ ଦେବତା ଓ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସେପଟେ ସୁଦନଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ଗତ ୪ ଦିନ ଧରି ବିଦ୍ୟାଳୟରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe