ଜୟପୁର: ବୋରିଗୁମ୍ମା-କୋରାପୁଟ ରାସ୍ତାରେ ଜୟପୁର ବ୍ଲକର ପୁପୁଗାଁ ନିକଟରେ ଗୋଟିଏ ଇଣ୍ଡିକା କାରକୁ ଓଭରଟେକ୍ କରି ଯାଉଥିବା ବେଳେ ଟିପରଟି କାରକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବରେ ଥିବା ନିଳଗିରୀ ବାଡ଼ ମଧ୍ୟରେ ଓଲଟି ପଡ଼ିଥିଲା। ତେବେ କାରର ସମ୍ମୁଖ ଭାଗର ସବୁ ନଷ୍ଟ ହେବା ସହ ନିଳଗିରୀ ବାଡ଼ ମଧ୍ୟକୁ କାର ପସି ଯାଇଥିଲା। ତେବେ ଭାଗ୍ୟବଶତଃ ଉଭୟ ଗାଡିର ଚାଳକଙ୍କୁ ସାମାନ୍ୟ ମାଡ ବାଜିଛି। ସୂଚନା ପାଇ ବୋରିଗୁମ୍ମା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି।
ଓଭରଟେକ୍ କରି କାରକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବରେ ଓଲଟିଲା ଟିପର: କାରର ସମ୍ମୁଖ ଭାଗ ଚୁରମାର
Advertisment
Follow Us