ଡ୍ରାଇଭିଂ ଶିଖୁଥିବା ବେଳେ ଦୁର୍ଘଟଣା; ପୋଲ ତଳକୁ ଖସିଗଲା କାର୍‌

Advertisment
ଡ୍ରାଇଭିଂ ଶିଖୁଥିବା ବେଳେ ଦୁର୍ଘଟଣା; ପୋଲ ତଳକୁ ଖସିଗଲା କାର୍‌

କଣ୍ଟାବାଞ୍ଜି: ଡ୍ରାଇଭିଂ ଶିଖୁଥିବା ସମୟରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ପୋଲ ଉପରୁ ତଳକୁ ଖସି ପଡ଼ିଛି। ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ବାପ-ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି। ପ୍ରକାଶ ଯେ ଗୁରୁବାର ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ଶିକ୍ଷକ ଶ୍ରୀରାମ ଭୋଇ ଏବଂ ତାଙ୍କ ପୁଅ ଏକ କାର୍‌ ଧରି ଶିଖିବା ପାଇଁ ବାହାରିଥିଲେ। ଶ୍ରୀରାମ ନିଜେ ଡ୍ରାଇଭିଙ୍ଗ କରୁଥିବା ବେଳେ ପୁଅ ପାର୍ଶ୍ବରେ ବସି ବାପାଙ୍କୁ ଶିଖାଉଥିଲେ। ଗାଡ଼ିଟି କଣ୍ଟାବାଞ୍ଜି ଆମପଡ଼ା ପଟରୁ ଆସୁଥିଲା। ଏହି ସମୟରେ ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟ ପୋଲଠାରେ ବ୍ରେକ ଦେବା ଜାଗାରେ ଏକ୍ସିଲେଟରରେ ଗୋଡ଼ ପଡ଼ିଯାଇଥିଲା। ଫଳରେ ଭରସାମ୍ୟ ହରାଇ କାର୍‌ଟି ପୋଲ ତଳକୁ  ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଉଭୟେ ଅଳ୍ପକେ ବର୍ତ୍ତି ଯାଇଥିଲେ। କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe