ଅଟୋ ଏବଂ ମାରୁତି ଅଲ୍ଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ

Advertisment
ଅଟୋ ଏବଂ ମାରୁତି ଅଲ୍ଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ

Sambad

ପାଟଣାଗଡ଼: ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାର ସରମୁହାଣ ଓ ଭଇଁଷା ମଧ୍ୟରେ ଏକ ଅଟୋ ଏବଂ ମାରୁତି ଅଲ୍ଟୋ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅଟୋ ଚାଳକକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ମହିନ୍ଦ୍ରା ଅଟୋ (ଓଡି ୦୩ ଟି ୩୭୭୦) ଯୋଗେ ଉଲବା ଗ୍ରାମର ୩ ଜଣ ବସି ବଲାଙ୍ଗୀର ପଟରୁ ନିଜ ଗ୍ରାମ ଉଲବାକୁ ଆସୁଥିଲେ। ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାର ସରମୁହାଣ ଓ ଭଇଁଷା ମଧ୍ୟରେ ବିପରିତ ଦିଗରୁ ଆସୁଥିବା ମାରୁତି ଅଲ୍ଟୋ ୮୦୦ (ଓଡି ୦୩ଇ ୫୭୫୧) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କା ହେବା ଦ୍ବାରା ଅଟୋରେ ବସିଥିବା ଉଲବା ଗ୍ରାମର ନରେଶ ଭୋଇ (୪୧)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକ ଧନସିଂହ ବିଶ୍ବାଳ (୪୫) ଗୁରୁତ୍ବର ହୋଇଛନ୍ତି। ଅଟୋ ଚାଳକଙ୍କୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe