ଗଛରେ ଝୁଲିଲା କାର; ତାକୁ ଦେଖୁ ଦେଖୁ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍‌

Advertisment

ଆଜି ସକାଳେ ସିନେମା ଷ୍ଟାଇଲରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ କାରଟି ରାସ୍ତା କଡରେ ଥିବା ଏକ ଗଛ ଉପରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଟ୍ରକ ଚାଳକ ଅନ୍ୟମନସ୍କ ହୋଇ ତାହାକୁ ଦେଖୁଥିବା ବେଳେ ସେହି ଟ୍ରକଟି ସମ୍ମୁଖରେ ଥିବା ଏକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା ।

New Project (35)

ଚଣ୍ଡିଖୋଲ: ଆଜି ସକାଳେ ସିନେମା ଷ୍ଟାଇଲରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ କାରଟି ରାସ୍ତା କଡରେ ଥିବା ଏକ ଗଛ ଉପରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ, ଧର୍ମଶାଳା ଥାନା ଅଞ୍ଚଳର ରାକେଶ ମହାନ୍ତି ନିଜ କାର ଯୋଗେ କୌଣସି କାମରେ କଟକ ଯାଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଆଜି ସକାଳେ ଜାରକା ଅଭିମୁଖେ ଫେରୁଥିଲେ। ତେବେ କାର ଚଳାଉଥିବା ରାକେଶ ଅନ୍ୟମନସ୍କ ହେତୁ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଯାଇ ଏକ ଗଛରେ ଝୁଲିପଡିଥିଲା। ତେବେ ଏହି ଦୁର୍ଘଟଣାରେ ରାକେଶଙ୍କର କୌଣସି କ୍ଷତି ଘଟିନଥିଲା।

ଅପରପକ୍ଷରେ ଏହି ରାଜପଥ ଦେଇ ଏକ ୧୬ ଚକିଆ ଟ୍ରକ ଯାଉଥିବା ବେଳେ କାରଟି ଝୁଲୁଥିବା ଦେଖି ଟ୍ରକ ଚାଳକ ଅନ୍ୟମନସ୍କ ହୋଇ ତାହାକୁ ଦେଖୁଥିବା ବେଳେ ସେହି ଟ୍ରକଟି ସମ୍ମୁଖରେ ଥିବା ଏକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା । ତେବେ ଲଗାତର ଭାବେ ତିନି ତିନିଟି ଦୁର୍ଘଟଣା ଘଟିଥିଲେ ମଧ୍ୟ ଏଥିରେ କେହି ଆହତ ହୋଇ ନଥିଲେ। ଖବର ପାଇ ବଡ଼ଚଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଟି ଗାଡିକୁ ଥାନାକୁ ଆଣି ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe