ଚଳନ୍ତା କାରରେ ଲାଗିଲା ନିଆଁ, ବର୍ତ୍ତିଗଲେ ଚାଳକ

Advertisment
ଚଳନ୍ତା କାରରେ ଲାଗିଲା ନିଆଁ, ବର୍ତ୍ତିଗଲେ ଚାଳକ

ନବରଂଗପୁର: ଚଳନ୍ତା କାରରେ ଲାଗିଲା ନିଆଁ । କେହି ମୃତାହତ ହୋଇନଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ  ଭାବେ ଜଳିଯାଇଛି। ବିଜରାଗୁଡା ଗ୍ରାମର ଭୀମ ନାୟକ ନିଜ ଚେଭରେଲେଟ କାରକୁ ନବରଙ୍ଗପୁର ଏକ ଗ୍ୟାରେଜରେ ମରାମତି କରି ଡ୍ରାଇଭର ପ୍ରସନ୍ନ ପ୍ରଧାନଙ୍କୁ ଚଳାଇବାକୁ ଦେଇ ନିଜେ ଗାଡି ପଛ ପଛ ଏକ ବାଇକରେ ଘରକୁ ଫେରୁଥିଲେ। ନବରଙ୍ଗପୁର ସହର ମାଝୀଗୁଡା ରାସ୍ତା ଦେଇ ବିଜରାଗୁଡା ଯାଉଥିବା ବେଳେ କୁର୍ଲୁଘାଟି ନିକଟରେ ଚଳନ୍ତା କାରରେ ନିଆ ଲାଗି ଯାଇଥିଲା। ଇଞ୍ଜିନରୁ ହଠାତ ନିଆଁ ବାହାରୁଥିବା ଦେଖି ମାଲିକ ଭୀମ ନାୟକ ଗାଡିକୁ ଅଟକାଇ ବନେଟ ଖୋଲିବାରୁ ନିଆଁ ହୁତୁହୁତୁ ହୋଇ ଜଳିଥିଲା।

ଏସମ୍ବନ୍ଧରେ ଗାଡି ମାଲିକ ଓ ଡ୍ରାଇଭର ଅଗ୍ନିଶମ ବାହିନୀକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଅଗ୍ନିଶମ ଗାଡି ବିଳମ୍ବରେ ପହଁଚିବାରୁ ନିଆ ଲାଗି ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିବା କାର ମାଲିକ ଓ ଡ୍ରାଇଭର ଅଭିଯୋଗ କରିଛନ୍ତି । କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଗାଡି ମାଲିକ କହିଛନ୍ତି । ଅନ୍ୟପଟେ ନବରଙ୍ଗପୁର ଓ ତେନ୍ତୁଳୀଖୁଣ୍ଟି ର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ l

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe