ଗଛ‌ରେ ପିଟି ହେଲା କାର୍, ଜଣେ ମୃତ

Advertisment

କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଗଛରେ ପିଟି ହୋଇଛି। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି...

କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଗଛରେ ପିଟି ହୋଇଛି। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି...

9amamzpawq

କଳାହାଣ୍ଡି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଗଛରେ ପିଟି ହୋଇଛି। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ଜଗନ୍ନାଥ ମନ୍ଦିର ପଡ଼ାର ମାମୁନି ମାଝୀ। ଗାଡ଼ି ଚାଳକ ସୁବ୍ରତ ଘିଭେଲାଙ୍କୁ  ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଗୁରୁବାର ସକାଳେ ମାମୁନି କୌଣସି କାମରେ କାର୍ ଯୋଗେ ଭବାନୀପାଟଣା ଯାଉଥିଲେ। ସୁବ୍ରତ ଗାଡ଼ି ଚଳାଉଥିବା ବେଳେ ମାମୁନି ଗାଡ଼ିର ଆଗ ସିଟ୍‌ରେ ବସିଥିଲେ। ଗୋବରବାହାଲି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ମାମୁନିଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିଲେ।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଡ଼ିକୁ ଜବତ କରି ପୁଲିସ  ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ମୃତ ଯୁବତୀ ଜଣଙ୍କ ହେଲେ ଜଗନ୍ନାଥ ମନ୍ଦିର ପଡ଼ାର ମାମୁନି ମାଝୀ। ଗାଡ଼ି ଚାଳକ ସୁବ୍ରତ ଘିଭେଲାଙ୍କୁ  ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଗୁରୁବାର ସକାଳେ ମାମୁନି କୌଣସି କାମରେ କାର୍ ଯୋଗେ ଭବାନୀପାଟଣା ଯାଉଥିଲେ। ସୁବ୍ରତ ଗାଡ଼ି ଚଳାଉଥିବା ବେଳେ ମାମୁନି ଗାଡ଼ିର ଆଗ ସିଟ୍‌ରେ ବସିଥିଲେ।

ଗୋବରବାହାଲି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ମାମୁନିଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିଲେ।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଡ଼ିକୁ ଜବତ କରି ପୁଲିସ  ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe