ଅଜଣା ଗାଡ଼ି ଧକ୍କାରେ କାର ଚୂରମାର

ଅଜଣା ଗାଡ଼ି ଧକ୍କାରେ କାର ଚୂରମାର

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଡିସିବି ବ୍ୟାଙ୍କ ସମ୍ମୁଖରେ ଆଜି ମଧ୍ୟାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ କାର୍‌ ଚୂରମାର ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଯାଜପୁରରୋଡ ଥାନା ଅଧୀନ ବ୍ୟାସନଗର ପୌରାଞ୍ଚଳ ଚୋରଦା଼ ଗ୍ରାମର ଲମ୍ବୋଦର ରାଉତ(୪୩) ନିଜ କାର୍‌ (ଓଡି-୦୨ଏନ-୩୯୯୯) ଭୁବନେଶ୍ବରରୁ ଯାଜପୁରରୋଡ ଫେରୁଥିଲେ।

ପାଣିକୋଇଲି ବଜାରରେ ଏକ ଅଜଣା ଗାଡ଼ି ତାଙ୍କ କାର୍‌କୁ ପଛପଟୁ ଧକ୍କା ଦେଇ ପଳାଇ ଯାଇଥିଲା। ଏହି ଦୁର୍ଘଟଣାରେ କାର୍‌ର ପଛପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପାଣିକୋଇଲି ଥାନାର ଏଏସ୍‌ଆଇ ସ୍ବୟଂପ୍ରକାଶ ନାୟକ, ବନିତା ଦଳେଇ, ଗୋଲକ ବିହାରୀ ସେଠୀ, ସ୍ବେଚ୍ଛାସେବୀ ଅଶୋକ କୁମାର ଦାସ, ଶୋଭିନ ପରିଡ଼ା, ସୁନିଲ ଓଝା, ପ୍ରଦୀପ ମାଝୀ ପ୍ରମୁଖ ପହଞ୍ଚି ଗାଡ଼ି ଭିତରୁ ଲମ୍ବୋଦରଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe