ରାଉରକେଲା ଛେଣ୍ଡ୍‌ କଲୋନୀରୁ ଅନୁଗୁଳ ଯାଉଥିବା ବେଳେ ଭାସିଗଲା କାର; ବିଳମ୍ବିତ ରାତିରେ ୫ଘଣ୍ଟାରୁ ଅଧିକ ସମୟ ଗଛକୁ ଜାବୁଡ଼ି ଧରି ରହିଥିଲେ ଦୁଇଯୁବକ

ରାଉରକେଲା ଛେଣ୍ଡ୍‌ କଲୋନୀରୁ ଅନୁଗୁଳ ଯାଉଥିବା ବେଳେ ଭାସିଗଲା କାର; ବିଳମ୍ବିତ ରାତିରେ ୫ଘଣ୍ଟାରୁ ଅଧିକ ସମୟ ଗଛକୁ ଜାବୁଡ଼ି ଧରି ରହିଥିଲେ ଦୁଇଯୁବକ

ରାଉରକେଲା: ରାଉରକେଲା ଛେଣ୍ଡ୍‌ କଲୋନୀରୁ ଅନୁଗୁଳ ଯାଉଥିବା ବେଳେ ଲହୁଣିପଡ଼ା ନିକଟସ୍ଥ ଜାଙ୍ଗଳା ସିଆଁଜର ନିକଟସ୍ଥ ଏକ ନାଳରେ ହଠାତ ପାଣି ଭରି ଯାଇଥିଲା। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଏକ କାର ଭାସି ଯାଇଥିଲା। ତେବେ କାର୍‌ ଭିତରେ ବସିଥିବା ୨ ଜଣ ଯୁବକ ପ୍ରାଣବିକଳରେ ଏକ ଗଛକୁ ଧରି ନିଜ ଜୀବନ ବଞ୍ଚାଇଥିଲେ।

ସୂଚନାଯୋଗ୍ୟ, ଛେଣ୍ଡ କଲୋନୀର ହିମାଂଶୁ ନାୟକ ଓ ଚିନ୍ମୟ ଦାଶ ଦୁହେଁ ଗତକାଲି ରାତିରେ ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାଉଥିଲେ। ଲଗାଣ ବର୍ଷା ହେତୁ ନାଳରେ ପାଣି ଭରି ଯିବାରୁ ବିଳମ୍ବିତ ରାତିରେ ହିମାଂଶୁ ଓ ଚିନ୍ମୟ ବସିଥିବା କାରଟି ଭାସି ଯାଇଥିଲେ। ଦୁହେଁ ଉପସ୍ଥିତ ବୁଦ୍ଧି ଖଟାଇ କାର ଡୋର ଖୋଲି ବାହାରକୁ ବାହାରି ଆସି ଏକ ଗଛକୁ ଜାବୁଡ଼ି ଧରି ରହିଥିଲେ।

ସିଆଁଜର ନାଳ ଉପରେ ୪ଫୁଟର ପାଣି ପ୍ରବାହିତ ହୋଉଥିଲା। ସକାଳ ହେବା ପରେ ହିମାଂଶୁଙ୍କ ପାଖରେ ଥିବା ଫୋନ୍‌ ଯୋଗେ ଚିନ୍ମୟ ପରିବାରଲୋକଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଏହାପରେ ଦୀର୍ଘ ୫ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁ ଓ ଚିନ୍ମୟଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଘଟାକୁ ନେଇ ସାମାନ୍ୟ ଭୟଭୀତ ହୋଇପଡ଼ିଛନ୍ତି ହିମାଂଶୁ ଓ ଚିନ୍ମୟ। ତେବେ ନାଳରେ ଭାସି ଯାଇ କାରଟି କେଉଁଆଡେ ଯାଇଛି ତାହାର ଏଯାବତ କୌଣସି ସୂଚନା ମିଳି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe