କେନାଲରୁ ଉଦ୍ଧାର କରାଗଲା କାର : ଶବ ବ୍ୟବଛେଦ ପରେ ଗଦାଙ୍କ ମରଶରୀର ପରିବାରବର୍ଗକୁ ହସ୍ତାନ୍ତର

Advertisment
ଯଖପୁରା : ଟ୍ରେନ୍‌ ଧକ୍କାରେ ଜଣେ ମୃତ

DNA India

ଜୟପୁର : ଗତ କାଲି ଅପରାହ୍ନ ସାଢ଼େ ୪ଟା ବେଳେ ଦ୍ରୁତ ଗତିରେ ଆସୁଥିବା କାର ଲକ୍ଷ୍ମୀନଗର ନିକଟରେ କେନାଲର ୪୦ଫୁଟ ତଳକୁ ଖସି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଭାଗ୍ୟବଶତଃ ବଂଚି ଯାଇଥିଲେ। ଖସି ପଡ଼ିଥିବା କାରଟିକୁ ଆଜି ଅଗ୍ନିଶମ ବିଭାଗ, ପୁଲିସ ଆଦି ଉପସ୍ଥିତିରେ କ୍ରେନ୍ ଲଗାଇ ବାହାରକୁ ବାହାର କରାଯାଇଥିଲା । ଏସଡିପିଓ ଅରୁପ ଅଭିଷେକ ବେହେରା, ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧୀ, ଅଗ୍ନିଶମ ବିଭାଗର ଅଧିକାରୀ କୁନୁ ନାୟକ ପ୍ରମୁଖଉପସ୍ଥିତ ରହି କାରକୁ ବାହାରକୁ ବାହାର କରିଥିଲେ। ମୃତ ଗଦାଧର ସାହୁଙ୍କର ଆଜି ଶବବ୍ୟବଛେଦ କରାଯାଇଥିଲା । ମୃତକଙ୍କ ସାନ ଭାଇ, ଭିଣୋଇ ଆଦିଙ୍କୁ ମରଶରୀରକୁ ହସ୍ତାନ୍ତର କରାଯାଇଥିଲା। ସେମାନେ ମୃତ ଗଦାଧରଙ୍କ ନିଜ ଗାଁ ଖୋର୍ଦ୍ଧା ଜିଲ୍ଲାର ହୀରାପୁର ଗାଁକୁ ନେଇ ଯାଇଥିଲେ।

ପୁଲିସ ତଦନ୍ତ ବେଳେ ଜାଣି ପାରିଛି ଯେ , ଗତ କାଲି କାର ଦୁର୍ଘଟଣାରେ ବଂଚି ଯାଇଥିବା ପ୍ରପୁଲ୍ଲ ମଲ୍ଲୀକ କାର ଚଳାଉଥିଲେ । ମୃତକ ଗଦାଧର ଓ ବଂଚିଯାଇଥିବା ଅନ୍ୟ ବନ୍ଧୁ ସୁରେଶ ସେଠୀ ବସିଥିଲେ। ମୃତକ ଗଦାଧର କାରରେ ବସିଥିବା ବେଳେ ସିଟ୍ ବେଲଟ ବି ବାନ୍ଧିଥିଲେ । ଏମାନେ ହାତୀଶାଳ ରାସ୍ତାରେ ଗାନ୍ଧୀଛକକୁ ବାହାରୁଥିଲେ। ଗୋଟିଏ ଗାଡିକୁ ଅତିକ୍ରମ କରିବା ସମୟରେ ସମ୍ମୁଖରେ ଆଉ ଗୋଟିଏ ଗାଡ଼ି ପଳାଇ ଆସିଥିଲା। ରାସ୍ତା ପାର୍ଶ୍ବକୁ ପ୍ରପୁଲ୍ଲ କାଟିବା ବେଳେ ପାର୍ଶ୍ବରେ ଥିବା ସ୍କୁଟିକୁ ଜୋରରେ ଧକ୍କା ହୋଇଥିଲା। ତା ପରେ ସେ କିଛି ଜାଣି ନଥିବା ପୁଲିସକୁ ପ୍ରପୁଲ୍ଲ କହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗଦାଧରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ଗତ ୫ବର୍ଷ ହେବ ସେ ଏକ ବୈଦ୍ୟୁତିକ କଂପାନୀର ଆଂଚଳିକ ବିକ୍ରୟ ଅଧିକାରୀ ଭାବେ ଜଣାଶୁଣାଥିଲେ। ମେଳାପୀ ଓ ମିଷ୍ଟଭାଷୀ ସ୍ବଭାବ ପାଇଁ ସହରରେ ସବୁ ବର୍ଗରେ ସେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଆଜି ସହରର ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ବିକ୍ରୀ ଦୋକାନୀ ମାନେ ଦୋକାନ ବନ୍ଦ କରିଥିଲେ। ତେବେ କେଉଁ ପରିସ୍ଥିତିରେ ବଂଚି ଯାଇଥିବା ଉଭୟ ଗଦାଧରଙ୍କୁ ଏଭଳି ଅବସ୍ଥାରେ ଛାଡି ସେଠାରୁ ପଳାଇ ଆସିଲେ ବୋଲି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଅପମୃତ ମାମଲା ରୁଜୁ କରିବା ସହ ଦୁର୍ଘଟଣା ମାମଲା ରୁଜୁ କରିଥିବା ଟାଉନଥାନା ଆଇଆଇସି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe