ଗଞ୍ଜେଇ ସହ କାର ଜବତ, ଦୁଇ ଜଣ ଚାଲାଣକାରୀ ଗିରଫ

Advertisment
ଗଞ୍ଜେଇ ସହ କାର ଜବତ, ଦୁଇ ଜଣ ଚାଲାଣକାରୀ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ତରଫରୁ ଏସ.ଆଇ.ରବୀନ୍ଦ୍ର ମୁଣ୍ଡାରୀ ସହ ସଦଳବଳ ପୁଲିସ ବାଲିଗୁଡାରୁ ବୁଡ଼ାଗୁଡ଼ା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଗତ ରାତିରେ ଗୋଇବାଲି ପାଖରେ ଗଞ୍ଜେଇ ଚୋରାଚାଲାଣବେଳେ ପୁଲିସ ପକ୍ଷରୁ ଚଢ଼ାଉ ହୋଇଥିଲା। ସୂଚନା ପ୍ରକାରେ ବାଲିଗୁଡା ପୁଲିସ ତରଫରୁ ପାଟ୍ରୋଲିଂ ଚାଲିଥିବାବେଳେ ପୁଲିସକୁ ଦେଖି ଦୃତଗତିରେ ଯାଉଥିବା ଏକ କାର ବୁଡ଼ାଗୁଡ଼ା ରାସ୍ତାର ଗୋଈବାଲି ନିକଟରେ ଅଟକାଇ ତନଖିଵା ସମୟରେ ସେଥିରୁ ୪୦ କେଜି ୫୦୦ ଗ୍ରାମ ଗଞ୍ଜେଇକୁ ଜବତ କରିବା ସହ ଘଟଣାରେ ସଂଶ୍ଳିଷ୍ଟ ଥିବା ଦୁଇ ଜଣ ଚାଲାଣକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହି ଘଟଣାରେ ଏକ କାର (ଓଡି ୦୨ଆର ୫୮୭୩)କୁ ଜବତ କରାଯାଇଥିବାବେଳେ ବାଲିଗୁଡା ଥାନା କେସ ନଂ ୨୦୯/୨୦ ଏନଡିପିଏସ ଆକ୍ଟରେ ଗିରଫ କରି ମାମଲା ରୁଜୁ ହୋଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରୋବେସନ (ଆଇପିଏସ ) ଅଭିନବ ଶଙ୍କର ସୂଚନା ଦେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe