ସମ୍ବଲପୁର: ଟ୍ରକ- କାର ଧକ୍କା, ୩ ମୃତ, ୫ ଗୁରୁତର

Advertisment
ସମ୍ବଲପୁର: ଟ୍ରକ- କାର ଧକ୍କା, ୩ ମୃତ, ୫ ଗୁରୁତର

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଟାଙ୍ଗିରପାଲି ନିକଟରେ ଏକ ଟ୍ରକ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନର ଅନୁଯାୟୀ,ହୀରାକୁଦ ସାହାଜବାହାଲ ଅଞ୍ଚଳର କେତେକ ପିଲା ଲକ୍ଷ୍ମୀପୂଜା ଦେଖି ପଡ଼ିଆବରାହାଲ ସାହଜପୁରରୁ ଏକ ମାରୁତି ଇକୋ ଗାଡ଼ିରେ ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଟାଙ୍ଗରପାଲି ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍‌କା ହୋଇଥିିଲା। ଏଥିରେ ହୀରାକୁଦ ଝଙ୍କର ପଡ଼ା ଅଞ୍ଚଳର ସତ୍ୟବ୍ରତ ନାୟକ(୨୭) ସନାତନ ମହାନନ୍ଦ(୨୨) ଓ ଲାରିଆପଡ଼ାର କୃଷ୍ଣ କଅଁର(୧୯ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସନ୍ତ ସିଂହ(୩୦), ସୁନୀଲ ମିର୍ଦ୍ଧା(୧୯), ମନୋଜ ମିର୍ଦ୍ଧା(୨୨), ରାଜ ମିର୍ଦ୍ଧା(୨୧)ଙ୍କ ସହିତ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କୁ ସମ୍ବଲପୁର ଓ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe