ସମ୍ବଲପୁର: କାର ସହିତ ବିପୁଳ ପରିମାଣର କଫ୍‌ ସିରପ, ନିଶା ବଟିକା ଜବତ

Advertisment
ସମ୍ବଲପୁର: କାର ସହିତ ବିପୁଳ ପରିମାଣର କଫ୍‌ ସିରପ, ନିଶା ବଟିକା ଜବତ

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୪୪୦ ବୋତଲ କଫ୍‌ ସିରପ, ୪୪୦ଟି ନିଶା ବଟିକା ସହିତ ଗୋଟିଏ ଓ୍ଵାଗନ ଆର କାରକୁ ସମ୍ବଲପୁର କ୍ଷେତରାଜପୁର ପୁଲିସ ଜବତ କରିଛି। ଏହି ଘଟଣାରେ ପୁଲିସ ସମ୍ବଲପୁର ବଡ଼ବଜାରର ବେଦବ୍ୟାସ ସାହୁ, ଅମିତ ସାହୁ, ମୁଦିପଡ଼ାର ରୁପେସ ମୁନ୍ସୀଏବଂ ଭୁତାପଡ଼ାର ମହମ୍ମଦ ଜମୀଲଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ରାତିରେ କ୍ଷେତରାଜପୁର ଥାନା ପୁଲିସ ସମ୍ବଲପୁର ରିଂରୋଡ଼ରେ ପାଟ୍ରୋଲିଂ କରୁଥିବା ବେଳେ ବୁର୍ଲା ଆଡୁ ବିଳମ୍ବିିତ ରାତିରେ ଆସୁଥିବାଏହି କାରଟିକୁ ସନ୍ଦେହରେ ଅଟକାଇଥିଲା।ଅଟକାଇବା ମାତ୍ରେ ଏଥିରେ ଥିବା ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରି ଓଆର ୦୫ଏଏନ ୯୮୯୧ ନମ୍ବର ବିଶିଷ୍ଟ ଓ୍ଵାଗନ ଆର କାରଟିକୁ ତନଖି କରିଥିଲା। ତନଖି ସମୟରେ ବିନା କାଗଜପତ୍ରରେ ଏତେ ପରିମାଣର କଫ୍‌ ସିରପ ଥିବାରୁ ସେଗୁଡ଼ିକୁ ଜବତ କରିଥିଲା।ଏଗୁଡ଼ିକ ନିଶା କାରବାର ପାଇଁ ଚାଲାଣ ହେଉଥିବା ଅଭିଯୁକ୍ତମାନେ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe