ସୋରଡ଼ା: ଦନ୍ତାହାତୀର ମୃତଦେହ ଉଦ୍ଧାର

ହାତୀ ଆକ୍ରମଣରେ ଗାଈ ଚରାଳି ମୃତ, ୧୪ଦିନ ମଧ୍ୟରେ ଦୁଇ ଜଣଙ୍କୁ କଚାଡ଼ି ମାରିଲାଣି

Image Courtesy of New Indian Express

ଭଞ୍ଜନଗର: ଗଂଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ବନାଞ୍ଚଳର ଅସୁରବନ୍ଧ ସେକସନର ଢଉଗାଁ ନିକଟ ଜଙ୍ଗଲରୁ ଆଜି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ପିପଳପଙ୍କା ଜଙ୍ଗଲର ଢଉଗାଁ ଗ୍ରାମ ନିକଟରେ ଦନ୍ତାଟି ମରି ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରି ଜଙ୍ଗଲ ଭିତରେ ହିଁ ପୋତି ଦେଇଥିବା ଜଣାପଡ଼ିଛି। ହାତୀଟିର ଆନୁମାନିକ ବୟସ ୧୪ ରୁ ୧୫ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି। ହାତୀର ଶରୀର ବାହାରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ହାତୀର ଦାନ୍ତ ଦୁଇଟିକୁ ବନ ବିଭାଗ ପକ୍ଷରୁ ଦାନ୍ତ ଦୁଇଟିକୁ ଉଦ୍ଧାର କରାଯାଇଛି। ସୋରଡ଼ା ପ୍ରାଣୀଧନ ଅଧିକାରୀ ଘଟଣାସ୍ଥଳକୁ ଯାଇ ଦନ୍ତାଟିର ମୃତଦେହକୁ ବ୍ୟବଚ୍ଛେଦ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ପ୍ରକାଶ କରିଛନ୍ତି।

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ହାତୀର ପେଟଟି ଫୁଲି ରହିଥିବା ସହ ବ୍ୟବଚ୍ଛେଦ ସମୟରେ ପ୍ରବଳ ପରିମାଣର ବାୟୁ ବାହାରି ଥିବାରୁ ଦନ୍ତାଟି କିଛି ବିଷାକ୍ତ ପଦାର୍ଥ ଖାଇ ଦେଇଥିବାରୁ ଦନ୍ତାଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ବର୍ତ୍ତମାନ ସରୋଡ଼ା ବନାଞ୍ଚଳରେ ୧୩ ଗୋଟି ହାତୀପଲ ରହିଥିବା ବେଳେ ମୃତ୍ୟୁ ବରଣ କରିଥିବା ଦନ୍ତା ନିକଟରେ ଜଗି ରହିଥିଲେ। ବନ ବିଭାଗ କର୍ମଚାରୀ ମାନେ ମଧ୍ୟାହ୍ନ ସମୟରେ ଘଟଣସ୍ଥଳରେ ପହଞ୍ଚି ଥିଲେ। ହାତୀପଲ ସେଠାରୁ ଯିବା ପରେ ଡିଏଫଓ ଶ୍ରୀ ବେହୁରାଙ୍କ ନେତୃତ୍ବରେ ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ,ସଙ୍କର୍ଷଣ ବେହେରା ଅସୁରବନ୍ଧ ବନପାଳ ଭଗବାନ ବିଷୋୟୀ, ବନରଖୀ କାହ୍ନୁ ଡ଼ାକୁଆ ପ୍ରମୁଖ ହାତୀର ମୃତଦେହ ନିକଟରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe