ତୁଳସୀକ୍ଷେତ୍ରରେ ଲାଗିଲା ଶ୍ରୀବଳଦେବଜୀଉଙ୍କ ରଥ

Advertisment
ତୁଳସୀକ୍ଷେତ୍ରରେ ଲାଗିଲା ଶ୍ରୀବଳଦେବଜୀଉଙ୍କ ରଥ

Sambad

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଶେଷ ହେଲା ବାହୁଡ଼ାଯାତ୍ରାରେ ରଥଟଣା। ଗୁଣ୍ଡିଚା ମନ୍ଦିରରୁ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କୁ ପହଣ୍ଡି କରି ରଥ ଉପରକୁ ବିଜେ କରାଯାଇଥିଲା। ପରଦିନ ବା ଗତକାଲି ଛେରାପହଁରା କରିବା ପରେ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ବ୍ରହ୍ମ ତାଳଧ୍ୱଜ ରଥ ବିଜେ କରିଥିଲେ ଶ୍ରୀବଳଦେବଜୀଉ। ପରେ ଗୁଣ୍ଡିଚା ମନ୍ଦିରରୁ ବଡ଼ଦେଉଳ ଅଭିମୁଖେ ବାହାରିଥିଲେ ମହାବାହୁ। ସୂଚନାଅନୁଯାୟୀ, କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ଆଜି ସରିଛି ବାହୁଡ଼ାଯାତ୍ରା। ଶୁକ୍ରବାର ମହାପ୍ରଭୁ ରଥ ଉପରକୁ ବିଜେ କରିଥିବାବେଳେ ଗତକାଲି ରବିବାର ଆରମ୍ଭ ହୋଇଥିଲା ରଥଟଣା। ହେଲେ ରଥ ଗଡ଼ିବାର କିଛି ସମୟରେ ହିଁ ରଥ ବାମ ମୋଡ଼ ନେବା ସମୟରେ ଉଠାଦୋକାନ ଉପରକୁ ମାଡ଼ି ଯାଇଥିଲା।

ପରେ ପାରାଦ୍ବୀପରୁ ରେଲୱେ ଜଗ୍‌ ଓ ଇଞ୍ଜିନିୟରଙ୍କ ସହାୟତା ଲୋଡ଼ିଥିଲା ପ୍ରଶାସନ। ତୁରନ୍ତ ଘଟଣାସ୍ଥଳରେ ଇଞ୍ଜିନିୟର ପହଞ୍ଚି ରେଲୱେ ଜଗ୍‌ ସାହାଯ୍ୟରେ ରଥକୁ ଟେକି ଡ଼ାହାଣ ପଟକୁ ଆଣିଥିଲେ। ଗତକାଲି ରଥଟଣା ବନ୍ଦ ହୋଇଥିଲା। ପରେ ଆଜି ସେମାବାର ବଡ଼ଦାଣ୍ଡରେ ବ୍ରହ୍ମ ତାଳଧ୍ୱଜ ରଥ ଦିନ ୩ଟା ସମୟରେ ଟଣା ଆରମ୍ଭ ହୋଇ ବଡ଼ଦେଉଳ ଚକଡା଼ରେ ଲାଗିଛି ବ୍ରହ୍ମ ତାଳଧ୍ବଜ ରଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe