କୁତ୍ରା: ଘରଆଗରୁ ମାରଣାସ୍ତ୍ର ଦେଖାଇ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

Advertisment
ପୁଣି ବନ୍ଧୁକ ମୁନରେ ଲୁଟ୍‌

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କୁତ୍ରା ବସଷ୍ଟାଣ୍ଡ ନିକଟରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ କେତେକ ଦୁର୍ବୃତ୍ତ୨ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସୂଚନା ପାଇ ପୁଲିସ ବିଭିନ୍ନ ସ୍ଥାନରେ ଜଗି ରହି ଖାନତଲାସୀ ଚଳାଇଛି। ଅପରପକ୍ଷେ ଦୁର୍ବୃତ୍ତମାନେ ବାଇକ୍‌ ଯୋଗେ ରାଜଗାଙ୍ଗପୁର ଆଡକୁ ଚାଲିଯାଇଥିବା ଜଣାପଡ଼ିଛି।
ମିଳିଥିିବା ସୂଚନା ଅନୁଯାୟୀ, ତପନ କୁମର ପୁରୋହିତ ନାମକ ଜଣେ ବ୍ୟକ୍ତିଙ୍କର ଘର କୁତ୍ରା ବସଷ୍ଟାଣ୍ଡକୁ ଲାଗି ରହିଛି। ଆଜି ସକାଳ ପ୍ରାୟ ୭ଟା ବେଳେ ଶ୍ରୀ ପୁରୋହିତ କୌଣସି ଏକ କାର୍ଯ୍ୟରେ ଘରୁ ୨ ଲକ୍ଷ୨୦ ହଜାର ଟଙ୍କା ନେଇ ବାହାରୁ ଥିବା ବେଳେ ଦୁଆରମୁହଁରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଅଟକାଇବା ସହିତ ଛୁରି ଓ ପିସ୍ତଲ ଦେଖାଇ ତାଙ୍କ ଠାରୁ ଟଙ୍କା ଥିବା ବ୍ୟାଗ୍‌ଟିକୁ ଝାମ୍ପି ନେଇ ନିମିଷକ ମଧ୍ୟରେ ରାଜଗାଙ୍ଗପୁର ଆଡକୁ ପଳାଇ ଯାଇଥିଲେ। ଶ୍ରୀ ପୁରୋହିତଙ୍କ ପାଟିି ଶୁଣି ଲୋକେ ଦୌଡ଼ି ଆସିବା ସହିତ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe