ରାୟଗଡ଼ା: ୨ଟି ସ୍ଥାନରେ ଯାଞ୍ଚ ବେଳେ ୫ ଲକ୍ଷ ଟଙ୍କା ଜବତ, ୪ ଅଟକ

Advertisment
ରାୟଗଡ଼ା: ୨ଟି ସ୍ଥାନରେ ଯାଞ୍ଚ ବେଳେ ୫ ଲକ୍ଷ ଟଙ୍କା ଜବତ, ୪ ଅଟକ

ରାୟଗଡ଼ା: ଫ୍ଲାଇଂ ସ୍କ୍ଵାର୍ଡ ଶୁକ୍ରବାର ଯାଞ୍ଚ ବେଳେ ୨ଟି ସ୍ଥାନରୁ ୫ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ସ୍କ୍ଵାର୍ଡ ଟିମ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାୟଗଡ଼ା ଜିଲ୍ଲାର ଗୁଣୁପୁର ଏବଂ ପଦ୍ମପୁର ଅଂଚଳରେ ଏହି ଟଙ୍କା ଜବତ ହୋଇଛି।

ଗୁଣୁପୁର ଉପ-ଜିଲ୍ଲାପାଳ ଡ. ବିଏସ୍‌ ବୈଆନ୍‌ କହିଛନ୍ତି, ରାୟଗଡ଼ା ଜିଲ୍ଲାର ସୀମାବର୍ତ୍ତୀ କତାଗୁଡ଼ାଠାରେ ୨ଲକ୍ଷ ୫୦ ହଜାର ଟଙ୍କା ଏବଂ ପଦ୍ମପୁର ବ୍ଲକର ଖମାପଦର ଠାରୁ ଲ୪ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏମାନେ ଏହି ଟଙ୍କାକୁ ନିର୍ବାଚନରେ ବାଣ୍ଟିବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଇଛି। ମାତ୍ର ଅଟକ ଥିବା ଯୁବକମାନେ କହୁଛନ୍ତି ଯେ, ଏହା ସେମାନଙ୍କର ବ୍ୟକ୍ତିଗତ ଟଙ୍କା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସ୍କ୍ଵାର୍ଡ ଟିମ ଆଜି ଅପରାହ୍ଣ ୩ଟାରେ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe